ଅରୁଣ ଜେଟଲିଙ୍କ ନାମରେ ନାମିତ ହେବ କୋଟଲା ଷ୍ଟାଡିୟମ୍
ନୂଆଦିଲ୍ଲୀ , ଭାଜପାର ବରିଷ୍ଠ ନେତା ଓ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଅସ୍ତ ହୋଇଯାଇଛନ୍ତି ସତ କିନ୍ତୁ ତାଙ୍କର ଦେଶ ପ୍ରତି ମହନୀୟତା ,ଦେଶ ପ୍ରେମ ପ୍ରତି ଭାରତୀୟ ମନେ ପକାଇ ଶୋକ ପାଳନ କରିଥିବା ବେଳେ ଦିଲ୍ଲୀ ଓ ଡିଷ୍ଟିକ୍ଟ କ୍ରିକେଟ ଆସୋସିଏସନ୍ (ଡିଡିସିଏ) ପକ୍ଷରୁ ଦିଲ୍ଲୀର ଫିରୋଜ ଶାହ କୋଟଲି ଷ୍ଟାଡିୟମର ନାମ ବଦଳାଇ ଅରୁଣ ଜେଟଲି କ୍ରିକେଟ ଷ୍ଟାଡିୟମ ରଖାଯିବ ବୋଲି ମଙ୍ଗଳବାର ସୂଚନା ଦିଆଯାଇଛି ।