ରେଲୱେ ଷ୍ଟେସନରୁ ୩ ଡକାୟତି ଗିରଫ
ବ୍ରହ୍ମପୁର ,(ଯୁଗାବ୍ଦ ନ୍ୟୁଜ୍) : ବ୍ରହ୍ମପୁର ରେଲୱେଷ୍ଟେସନ ୪ ନଂ ପ୍ଲାଟଫର୍ମରେ ୩ ଜଣ ଡକାୟତି ଉଦ୍ୟମ କରୁଥିବା ସମୟରେ କୈାଣସି ସୂତ୍ରରୁ ରେଲୱେ ପୋଲିସ ଖବରପାଇ ଏ ଏସ୍ ଆଇ ଆରତି ପୋଡେର ,ଜିପିଆରଏସ ଆରପିଏଫ୍ ସିମାଞ୍ଚଳ ସାହୁ ,ଏବଂ ସିଡିପିଏସ୍ ମିଳିତ ଚଢାଉ କରି ୩ ଜଣ ଡକାୟତିକୁ କାବୁ କରିଛନ୍ତି । ଗିରଫ ହୋଇଥିବା ତିନି ଜଣ ଅଭିଯୁକ୍ତଙ୍କ ପରିଚୟ ଲମ୍ବୋଦର ଜାଲି , ଓରଫ ଲମ୍ବୁ ,ବିନତା କୁମାର ନାୟକ ,ତପନ ବେହେରା , ବୋଲି ଜଣାପଡିଛି । ପୋଲିସ ସେମାନଙ୍କୁ ଗିରଫ କରିବା ସହ ସେମାନଙ୍କ ନାମରେ ଆଇପିସି ୩୯୯/୪୦୨ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।


