ଅରୋ ମିରା ସାଧନା କେନ୍ଦ୍ରରେ ପତାକା ଉତ୍ତୋଳନ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନିଳୋକସ୍ଥିତ ଅରୋ ମିରା ସାଧନା କେନ୍ଦ୍ର ଠାରେ ୭୬ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ସମାଜସେବୀ ହରି ନାରାୟଣ ମହାନ୍ତି ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ଶିକ୍ଷକ ରବିନ୍ଦ୍ର ଜେନାଙ୍କ ପରିଚାଳନାରେ ଆୟୋଜିତ ସଭାରେ ଅବସରପ୍ରାପ୍ତ ଶିକ୍ଷକ କୁଳମଣି ଦାସ, ପ୍ରତିଷ୍ଠାତା ତଥା ଶିକ୍ଷକ ଅରୁଣ କୁମାର ବାରିକ, ଶିକ୍ଷକ ଜ୍ଞାନ ରଞ୍ଜନ ଜେନା, ଅନନ୍ତ ଚରଣ ରାଉତ, ନିରଞ୍ଜନ ପଣ୍ଡା ଯୋଗ ଦେଇ ସ୍ୱାଧିନତା ଦିବସ ପାଳନ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ଥିଲେ ।