ନିଳୋକ ପଞ୍ଚାୟତରେ ସ୍ୱାଧିନତା ଦିବସ ପାଳିତ

ବନ୍ତ, (ଚାନ୍ଦିନୀ ମହାନ୍ତି):୭୫ତମ ସ୍ୱାଧିନତା ଦିବସ ପୂର୍ତ୍ତି ଉପଲକ୍ଷେ ବନ୍ତ ବ୍ଲକ ନିଳୋକ ପଞ୍ଚାୟତର ଘରେ ଘରେ ତ୍ରିରଙ୍ଗା ପତାକା ଫର ଫର ହୋଇ ଉଡିଛି । ଏଥିସହ ପଞ୍ଚାୟତ କାର୍ଯ୍ୟାଳୟରେ ୭୬ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ସରପଞ୍ଚ ରଜନୀ ସେଠୀ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ର ଓ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ଶ୍ରୀମତୀ ସେଠୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଜି.ଆର୍‌.ଏସ୍ ପ୍ରଦୀପ କୁମାର ବିଶ୍ୱାଳଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ସାଧନା ବିଦ୍ୟା ମନ୍ଦିରର ଶିକ୍ଷକ ହୃଷିକେଶ ବାରିକ, ବାବାଜି ଚରଣ ଦଳେଇ, ପୂର୍ବତନ ସରପଞ୍ଚ ଅଶୋକ କୁମାର ମହାନ୍ତି ଯୋଗ ଦେଇ ସ୍ୱାଧିନତା ଦିବସ ପାଳନ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ସମାଜସେବୀ ଅବିନାଶ ଚନ୍ଦ୍ର ନାୟକ, ମଧୁସୂଦନ ନାୟକଙ୍କ ସମେତ ବହୁ ବ୍ୟକ୍ତି ଏବଂ ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘର କର୍ମକର୍ତ୍ତା, ଏମ୍‌.ବି.କେ, ସି.ଆର୍‌.ପି, ୱାର୍ଡ ସଭ୍ୟ ଏବଂ ନିଳୋକ ହାଇସ୍କୁଲ, ହରିହର ନୋଡାଲ ଉପ୍ରା ବିଦ୍ୟାଳୟ, ସାଧନା ବିଦ୍ୟା ମନ୍ଦିର, ବାବାଜି ଚରଣ ସଂସ୍କୃତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ