ଅର୍ଜୁନ ପୁରସ୍କାର ଅବ୍ୟବହିତ ପୂର୍ବରୁ ପ୍ରମୋଦଙ୍କୁ ଅଭିନନ୍ଦନ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀରେ ବୁଧବାର ସ୍ୱର୍ଣ୍ଣ ବିଜେତା ଓଡିଶାର ପାରା ବ୍ୟାଡମିଂଟନ ଖେଳାଳି ପ୍ରମୋଦ ଭଗତଙ୍କ ସହ ସାକ୍ଷାତ୍ କରି ଅର୍ଜୁନ ପୁରସ୍କାରର ଅବ୍ୟବହିତ ପୂର୍ବରୁ ପ୍ରମୋଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି ଯେ ପ୍ରମୋଦ ଭଗତ ଓଡିଶାର ଜଣେ ଲବ୍ଧ ପ୍ରତିଷ୍ଠିତ ସନ୍ତାନ ଏବଂ ବିଶ୍ୱର ୧ ନମ୍ବର ପାରା ବ୍ୟାଡମିଂଟନ ଖେଳାଳି । ସେ ଆସନ୍ତାକାଲି ଅର୍ଜୁନ ଆୱାର୍ଡ ଗ୍ରହଣ କରିବା ଜାଣି ଗର୍ବିତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ପ୍ରମୋଦ ଭଗତ ଆଗକୁ ମଧ୍ୟ କ୍ରୀଡା କ୍ଷେତ୍ରରେ ଆହୁରି ଅନେକ ଐଶୋର୍ଯ୍ୟ ସାଉଁଟୁନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ