ଅର୍ଥମନ୍ତ୍ରୀଙ୍କ ଶେଷ ପ୍ୟାକେଜ୍

ଭୁବନେଶ୍ୱର: ବିଶ୍ୱ ମହାମାରୀ କରୋନା ଯୋଗୁଁ ଧ୍ୱସ୍ତବିଧ୍ୱସ୍ତ ଅର୍ଥନୀତିକୁ ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଆତ୍ମନିର୍ଭର ଭାରତ ଅଭିଯାନ’ ଆରମ୍ଭ କରିବାକୁ ଘୋଷଣା କରିଥିଲେ । ଏଥିଲାଗି ସେ ମଙ୍ଗଳବାର ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ । ଦେଶବାସୀଙ୍କୁ ଉଦବୋଧନ ଦେବା ଅବସରରେ ସେ ଏହି ଘୋଷଣା କରିଥିଲେ । ମୋଦୀଙ୍କ ‘ଆତ୍ମନିର୍ଭର ଭାରତ ଅଭିଯାନ’ ଅଂଶସ୍ୱରୂପ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପର୍ଯ୍ୟାୟ କ୍ରମେ ସାମ୍ବାଦିକ ସମ୍ମିଳନୀ କରି ବିଭିନ୍ନ କ୍ଷେତ୍ର ପାଇଁ ସ୍ୱତନ୍ତ୍ର ପାଣ୍ଠି ଘୋଷଣା କରୁଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଆଜି ପ୍ରଧାନମନ୍ତ୍ରୀ ‘ଆତ୍ମନିର୍ଭର ଭାରତ ଅଭିଯାନ’ ପ୍ୟାକେଜର ୫ମ ତଥା ଶେଷ କିସ୍ତି ସମ୍ପର୍କରେ ଘୋଷଣା କରିଛନ୍ତି । ତଦନୁଯାୟୀ ସେ କହିଛନ୍ତି ଯେ…
– ଗରିବ କଲ୍ୟାଣ ଯୋଜନାରେ ଲୋକଙ୍କ ଖାତାକୁ ଟଙ୍କା ଯାଇଛି
– ୮.୧୯ କୋଟି କୃଷକଙ୍କ ଖାତାକୁ ୨ ହଜାର ଲେଖାଏଁ ପଠାଯାଇଛି
– ୨୦ କୋଟି ମହିଳାଙ୍କ ଜନ ଧନ ଆକାଉଣ୍ଟକୁ ୧୦ ହଜାର କୋଟି ଯାଇଛି
– ୨.୨ କୋଟି ନିର୍ମାଣ ଶ୍ରମିକଙ୍କ ଖାତାକୁ ଯିବ ୩,୯୫୦ କୋଟି
– ୧୨ ଲକ୍ଷ ଇପିଏଫ ଖାତା ଧାରୀ ଅନଲାଇନ ଉଠାଣ କରିପାରିବେ
– ଉଜ୍ଜ୍ୱଳା ଯୋଜାନାରେ ଗରିବମାନଙ୍କୁ ମାଗଣାରେ ସିଲିଣ୍ଡର ବଣ୍ଟନ
– ଗରିବ ଲୋକଙ୍କୁ ୬କୋଟି ୮୧ ଲକ୍ଷ ସିଲିଣ୍ଡର ବଣ୍ଟା ଯାଇଛି
– ଏନଏସଏପି ଲାଭାର୍ଥୀଙ୍କୁ ପ୍ରଥମ ଦଫାରେ ୧,୪୦୫ କୋଟି ଦିଆଯାଇଛି
– ଏନଏସଏପି ଲାଭାର୍ଥୀଙ୍କ ବାବଦକୁ ଖର୍ଚ୍ଚ ହେବ ୩ ହଜାର କୋଟି

ସ୍ୱାସ୍ଥ୍ୟ ବିଭାଗ ପାଇଁ ୧୫ ହଜାର କୋଟି
– ଟେଷ୍ଟିଂ ଓ ଲ୍ୟାବ କିଟ ପାଇଁ ୫୫୦ କୋଟିର ପ୍ୟାକେଜ
– ପ୍ରତ୍ୟେକ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଲାଗି ୫୦ ଲକ୍ଷର ବୀମା ଯୋଜନା
– କରୋନା ମୁକାବିଲା ପାଇଁ ରାଜ୍ୟମାନଙ୍କୁ ୪୧୧୩ କୋଟି ପ୍ରଦାନ
– ଜରୁରୀ ସେବା ପାଇଁ ୩୭୫୦ କୋଟିର ସହାୟତା ପ୍ରଦାନ
– ଗ୍ରାମୀଣସ୍ତରରେ ସ୍ୱାସ୍ଥ୍ୟସେବାକୁ ଫୋକସ
– ସବୁ ଜିଲ୍ଲାରେ ଲ୍ୟାବ ବଢାଇବାକୁ ଗୁରୁତ୍ୱ ଦିଆଯିବ
– ସବୁ ଜିଲ୍ଲାର ମେଡିକାଲରେ ସଂକ୍ରମଣ ରୋଗ ବ୍ଲକ ତିଆରି ହେବ
– ସାର୍ବଜନୀନ ସ୍ୱାସ୍ଥ୍ୟସେବାକୁ ଅଧିକ ଫୋକସ କରାଯିବ

ମନରେଗା ପାଇଁ ଅତିରିକ୍ତ ୪୦ ହଜାର କୋଟି
– ମନରେଗା ପାଇଁ ମୋଟ ୬୧ ହଜାର କୋଟି ଟଙ୍କାର ବଜେଟ
– ଅତିରିକ୍ତ ୪୦ ହଜାର କୋଟି ସହ ୬୧ ହଜାର କୋଟିର ବଜେଟ
ପିଏମ ଇ-ବିଦ୍ୟା କାର୍ଯ୍ୟକ୍ରମ
– ପିଏମ ଇ-ବିଦ୍ୟା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ
– ସ୍କୁଲ ଶିକ୍ଷାକୁ ଆଧାର କରି ଦୀକ୍ଷା ପ୍ଲାଟଫର୍ମର ଯୋଜନା
– ଦଶମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ‘ୱାନ କ୍ଲାସ ୱାନ ଚ୍ୟାନେଲ’
– ଦିବ୍ୟାଙ୍ଗ ପିଲାଙ୍କୁ ଅନଲାଇନରେ ପଢାଇବା ପାଇଁ ବ୍ୟବସ୍ଥା
– ସର୍ବୋଚ୍ଚ ୧୦୦ଟି ବିଶ୍ୱବିଦ୍ୟାଳୟକୁ ଅନଲାଇନ କୋର୍ସ ଲାଗି ମଞ୍ଜୁରି
– ପିଲାମାନଙ୍କ ପାଇଁ ‘ମନୋଦର୍ପଣ ଯୋଜନା’ ଆରମ୍ଭ ହେବ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ