ଅର୍ଥ ଲଗାଣ କାରି ସଂସ୍ଥା ଉପରେ ପୁଲିସ ର ନଜର
ସୋରଡା-(ଯୁଗାବ୍ଦ ନ୍ୟୁଜ) ସୋରଡା ଅଞ୍ଚଳରେ ପ୍ରାୟ ୯ ଗୋଟି ଅର୍ଥ ଲଗାଣ କାରୀ ସଂସ୍ଥା ଉପରେ ବର୍ତମାନ ପୁଲିସ ର ନଜର ରହିଛି। ଏହି ଅର୍ଥ ଲଗାଣ କାରୀ ସଂସ୍ଥା ମାନେ ସୋରଡା ଅଞ୍ଚଳରେ ବିଭିନ୍ନ ସ୍ଥାନରେ କାର୍ଜ୍ୟାଳୟ ମାନ ଖୋଲିବା ସହ ମହିଳା ଗୋଷ୍ଠୀ ମାନଙ୍କୁ ରୁଣ ପ୍ରଦାନ କରିବା ପାଇଁ ପ୍ରବର୍ତଉଛନ୍ତି। ଏହା ସହ ପ୍ରଚାର ପତ୍ର ବାଣ୍ଟି ନିଯୁକ୍ତି ସୃଷ୍ଟି କରିବାର ପ୍ରଚାର ମଧ୍ୟ କରୁଛନ୍ତି। ଯେଉଁଥିରେ ଯୁବକ ମାନଙ୍କୁ ନିଯୁକ୍ତି ଦେବା ପ୍ରତିଶ୍ରୁତି ମଧ୍ୟ ରହୁଛି। ଏନେଇ ଥାନା ଅଧିକାରୀ ପ୍ରଭାତ ସାହୁ କେତେକ ଅର୍ଥ ଲଗାଣ କାରୀ ସଂସ୍ଥା ର କର୍ମଚାରୀ ଙ୍କୁ ଥାନା କୁ ଡାକିବା ସହ ଆବଶ୍ୟକ ସରକାରୀ ନିୟମ,କାର୍ୟ୍ୟ ବଳି,ନିର୍ଦେଶନାମାଦେଖାଇବାକୁ କହିଛନ୍ତି। କାଗଜପତ୍ର ଯାଞ୍ଚ ପରେ ନିୟମ ଠିକ ଥିଲେ ନିଯୁକ୍ତି ଅର୍ଥଲଗାଣ ପାଇଁ ଥିବା ବିଧି ବ୍ୟବସ୍ଥା ଉପରେ ଅନୁଧ୍ୟାନ କରାଯିବ ବୋଲି ଥାନା ଅଧିକାରୀ ସାହୁ କହିଛନ୍ତି। ମିଳିଥିବା ସୂଚନା ପ୍ରକାରେ ଆବଶ୍ୟକ ଅନୁମତି ଦେଖାଇବା ନିୟମକୁ ଯାଞ୍ଚ କରିବା ପରେ ପରବର୍ତୀ ପଦକ୍ଷେପ ନିଆଯିବ। ଅଞ୍ଚଳରେ ଯେତେସବୁ ଏପରି ସଂସ୍ଥା ଅଛନ୍ତି ଯଥା ଶୀଘ୍ର ସେମାନଙ୍କୁ ଯାଞ୍ଚ କରାଯିବ ବୋଲି କହିଛନ୍ତି। ତେବେ ସାଧାରଣ ଜନତା ଏଥିପ୍ରତି ସଚେତନ ହେବ ସହ ଏହିପରି ଅର୍ଥଲଗାଣ କାରୀ ସଂସ୍ଥା ସହ କୌଣସି ପ୍ରକାର ଅର୍ଥ ନେଣଦେଣ କରିବା ପୂର୍ବ ରୁ ସେମାନଙ୍କ ପ୍ରଲୋଭନ ରେ ନ ଆସି ଆବଶ୍ୟକ କାଗଜ ପାତ୍ର ଯାଞ୍ଚ କରି ଅର୍ଥ କାରବାର କରନ୍ତୁ ସେହି ପରି ନିଯୁକ୍ତି ଆଶା ରେ ଅଧିକ ଆୟ ଆଶା କରି ଏହିପରି ସଂସ୍ଥା ମାନକ ସହ କାମକରି ପରବର୍ତୀ ମୁହୂର୍ତରେ ଅନୁତାପ କରିବା ପରିବର୍ତେ ଏହି ସଂସ୍ଥା ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରି ଏମାନକ ସହ କାରବାର କରିବା ଶ୍ରେୟସ୍କର ବୋଲି କିଛି ବୁଦ୍ଧିଜୀବୀ କହିଛନ୍ତି। ଓଡିଶାରେ ଏହିପରି ଅନେକ ସଂସ୍ଥା ରେ ଲୋକଙ୍କ ଲକ୍ଷଲକ୍ଷ ଟଙ୍କା ଫସିଯାଇଥିବା ବେଳେ ବର୍ତମାନ ପର୍ୟ୍ୟନ୍ତ ଯାଞ୍ଚ ପ୍ରକ୍ରିୟା ଚାଲିଛି । ତେଣୁ ପୁନର୍ବାର କୌଣସି ଭୁଲ କରିବା ପୂର୍ବରୁ ଆବଶ୍ୟକ ନଥିପତ୍ର ଯାଞ୍ଚ କରିବା ଶ୍ରେୟସ୍କର।