ଅଲଇଣ୍ଡିଆ କିଷାନ କ୍ଷେତ ମଜଦୁର ସଙ୍ଗଠନ ପକ୍ଷରୁ ବ୍ଳକର ବିଭିନ୍ନ ସମସ୍ୟା ନେଇ ବିଡିଓଙ୍କ ମାଧ୍ୟମରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅଲଇଣ୍ଡିଆ କିଷାନ କ୍ଷେତ ମଜଦୁର ସଙ୍ଘ ପକ୍ଷରୁ ସୋମବାର ଜିଲାପାଳଙ୍କ ଉଦ୍ଦେଶ୍ୟରେ ବ୍ଳକର ବିଭିନ୍ନ ସମସ୍ୟା ନେଇ ଏକ ଦାବିପତ୍ର ବିଡିଓ ରଶ୍ମିରେଖା ମଲିକଙ୍କୁ ପ୍ରଦାନ କରାଯାଇଛି । ଦାବି ଗୁଡିକ ମଧ୍ୟରେ ଗତ ବନ୍ୟା ଓ ଲଘୁଚାପ ଜନିତ ବର୍ଷାରେ କ୍ଷୟକ୍ଷତି ଚାଷିଙ୍କୁ ଏକର ପିଛା ୨୦ ହଜାର ଟଙ୍କା କ୍ଷତି ପୁରଣ ପ୍ରଦାନ, ଭାଗ ଚାଷୀଙ୍କୁ କ୍ଷତି ପୁରଣ ପାଇଁ ଉପଯୁକ୍ତ ବ୍ୟବସ୍ଥା, ଚାଷ ଜମିରୁ ଉଦବୃତ ଜଳ ନିଷ୍କାସନ ପାଇଁ ମାଷ୍ଟର ପ୍ଳାନ ପ୍ରସ୍ତୁତ କରିବା, କ୍ଷତିଗ୍ରସ୍ତ ପରିବା ଚାଷିଙ୍କୁ ଚିହ୍ନଟ କରାଯାଇ ଉପଯୁକ୍ତ କ୍ଷତି ପୁରଣ ପ୍ରଦାନ, ସରକାରୀ ଘୋଷିତ ଧାର୍ଯ୍ୟ ଦାମରେ ସାର ଓ କୀଟ ନାଶକ ଔଷଧ ବିକ୍ରିୟ କରିବା, କୃଷି ଋଣ ଛାଡ କରିବା, ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ କାମ ଯୋଗାଇ ଦେବା, ନାଉଗାଁ ବ୍ଳକ ଠାରୁ ତହସିଲ ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ, ନହଡିପଡା ଠାରୁ ଭାତପଡା ଓ ମୁଖ୍ୟରାସ୍ତାରୁ ବ୍ରାହ୍ନଣୀ ଗାଁକୁ ରାସ୍ତା ନିର୍ମାଣ କରିବା ପାଇଁ ଦାବି ଗୁଡିକ ରହିଥିଲା । ଉକ୍ତ ଦାବିପତ୍ରକୁ କମିଟର ସଭ୍ୟ ସୁବାସ ସ୍ୱାଇଁ, ବଂଶୀଧର ବେହେରା, ବସନ୍ତ ମଲିକ, ମହେଶ୍ୱର ଦାସ, ଆର୍ତ ଦାସ, ରଘୁନାଥ ଦାସ, କାଳନ୍ଦୀ ସେଠୀ ଆଦି ପ୍ରଦାନ କରିଥିଲେ ।