ଅଲମ୍ପିଆନ୍ ଫୁଟ୍‌ବଲର ଏସ୍ ଏସ୍ ହାକିଙ୍କ ଦେହାନ୍ତ

ନୂଆଦିଲ୍ଲୀ, (ୱାଇଏନ୍‌ଏସ୍‌): ୧୯୬୦ରେ ରୋମ୍ ଅଲମ୍ପିକ୍‌ସରେ ଅଂଶଗ୍ରହଣ କରିଥିବା ପୂର୍ବତନ ଭାରତୀୟ ଫୁଟବଲର ତଥା ଦଳର ସଦସ୍ୟ ସୟଦ ଶାହିଦ ହାକିମଙ୍କର ଆଜି ଗୁଲବର୍ଗର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଛି ବୋଲି ପରିବାର ସୂତ୍ରରୁ ସୂଚନା ଦେଇଛନ୍ତି ।ହାକିମ ସାବ ନାମରେ ଜଣାଶୁଣା ସୟଦ ସହିଦ ହାକମଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ନିକଟରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଥିଲା । ପରେ ତାଙ୍କୁ ଗୁଲବର୍ଗର ଏକ ଡାକ୍ତରଖାନାରେ ଭର୍ତି କର।।ଇଥିଲା । ତାଙ୍କ ପତ୍ନୀ ସାଦିଆ ସଇଦା ନ୍ୟୁଜ ଏଜେନସି ପିଟିଆଇକୁ କହିଛନ୍ତି ଯେ, ସେ ଆଜି (ରବିବାର) ସକାଳ ୮.୩୦ ମି. ସମୟରେ ଡାକ୍ତରଖାନାରେ ମୃତ୍ୟୁବରଣ କରିଛନ୍ତି । ପାଂଚ ଦଶନ୍ଧି ଧରି ହାକିମ ଭାରତୀୟ ଫୁଟବଲ ସହିତ ଜଡ଼ିତ ଥିଲେ । ପରେ ସେ ଜଣେ ପ୍ରଶିକ୍ଷକ ହୋଇଥିଲେ ଏବଂ ତାଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା । ସେ ୧୯୮୨ ଏସିଆନ୍ ଗେମ୍‌ସରେ ପି.କେ. ବାନାର୍ଜୀଙ୍କ ସହ ସହକାରୀ ପ୍ରଶିକ୍ଷକ ଥିଲେ ଏବଂ ପରେ ମଡୋକା କପ୍ ସମୟରେ ଜାତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ