ପ୍ରତି ଗ୍ରାମରେ କୃଷକ ଆନ୍ଦୋଳନ କରିବାକୁ ନିଷ୍ପତ୍ତି କଲା ଅଖିଳ ଭାରତ କୃଷକ ସଭା

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):ଅଖିଳ ଭାରତ କୃଷକ ସଭାର ଏକ ଜିଲ୍ଲା ସ୍ତରୀୟ ବୈଠକ ରବିବାର କେନ୍ଦ୍ରାପଡା ଜିଲ୍ଲା ବିକାଶ ସାମ୍ମୁଖ୍ୟ କାର୍ଯ୍ୟାଳୟ ପରିସରରେ କୃଷକ ନେତା ସାଥି ସୁରେନ୍ଦ୍ର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୮ମାସରୁ ଉର୍ଦ୍ଧ୍ୱ ସମୟ ମଧ୍ୟରେ ୬ଶହରୁ ଅଧିକ ଶହୀଦ କୃଷକଙ୍କ ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଜିଲ୍ଲା ଆବାହକ ସାଥି ପଦ୍ମନାଭ ଦାସ ବିଗତ ଦିନର ଓ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ରିପୋର୍ଟ ଉପସ୍ଥାପନ କରିଥିଲେ । ରାଜ୍ୟ ସଭାପତି ସାଥି ଶଶିଭୂଷଣ ସ୍ୱାଇଁ ଦୀର୍ଘଦିନ ଧରି ଚାଲିଥିବା କୃଷକ ଆନ୍ଦୋଳନ ସମ୍ପର୍କରେ ବିସ୍ତୃତ ବିବରଣୀ ସହିତ ଆସନ୍ତା ସେପ୍ଟେମ୍ବରମାସ ୧ତାରିଖ ବୁଧବାର ଦେଶବ୍ୟାପି ଦାବି ଦିବସକୁ ଜିଲ୍ଲା ସ୍ତରୀୟ ବିକ୍ଷୋଭ ଦିବସ ଭାବେ ପାଳନ କରିବା ସହ ପ୍ରତି ଗ୍ରାମରେ କୃଷକମାନଙ୍କୁ ସଂଗଠିତ କରିବାକୁ ଆହ୍ୱାନ ଦେଇଥିଲେ । ତୁରନ୍ତ ଖରସ୍ରୋତା ନଦୀରେ କାମ ବନ୍ଦ କରି ଲୋକଙ୍କ ସହ ଆଲୋଚନା କରିବା, ପୋଲିସ ରାଜ ବନ୍ଦ କରିବା, ମିଥ୍ୟା ମାମଲା ପ୍ରତ୍ୟାହାର ସହିତ କେନ୍ଦ୍ରାପଡାରେ ସରକାରୀ ଉଦ୍ୟମରେ ଶୀତଳଭଣ୍ଡାର ପ୍ରତିଷ୍ଠା କରିବା, କେନାଲ ମାଧ୍ୟମରେ ପାଣି ଯୋଗାଣ, ଦରଦାମ ଓ ଗ୍ୟାସ ଦର କମାଇବା, କେନ୍ଦ୍ରାପଡା ଦେଇ ପାସେଞ୍ଜର ଟ୍ରେନ ତୁରନ୍ତ ଚାଲିବା, ସମସ୍ତ ଚାଷୀଙ୍କୁ ଟୋକନ ପ୍ରଦାନ ଆଦି ଉପରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ସମ୍ପାଦକ ସାଥି ରମଣୀରଞ୍ଜନ ରାଉତରାୟ, ସହସମ୍ପାଦକ ଆଦିକନ୍ଦ ରାଉଳ, ବାବାଜୀ ଧଳ, ଆଳି ବ୍ଲକ ଆବାହକ ସୋହାନା ବେଗମ, କେନ୍ଦ୍ରାପଡା ବ୍ଲକର ନିରଞ୍ଜନ ଦାସ, ବିପଦଭଞ୍ଜନ ବାରିକ, ମାର୍ଶାଘାଇ ବ୍ଲକ ଆବାହକ ବିକାଶ ଚନ୍ଦ୍ର ବେଉରା, ଡେରାବିଶ ବ୍ଲକ ଆବାହକ ପ୍ରସନ୍ନ କୁମାର ଦାସ,ସଂଯୁକ୍ତା ରାଉତ, ଅରକ୍ଷିତ ପାତ୍ର, କୁବେର ସାହୁ ପ୍ରମୁଖ ଆଲୋଚନା କରିଥିଲେ । ଆଗାମୀ ୧ତାରିଖରେ ବହୁ ସଂଖ୍ୟାରେ ଚାଷୀ ଏକ ହୋଇ ବିକ୍ଷୋଭକୁ ସଫଳ କରିବାକୁ ନିବେଦନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ