ଗଞ୍ଜାମ ଜିଲ୍ଲାପାଳ ନିଜେ ରକ୍ତ ଦେଇ ଉଦାହରଣ ପାଲଟିଲେ
ଶେରଗଡ, (ଦେବୀ ପ୍ରସାଦ ଦାଶ) : କରୋନା ଯୁଦ୍ଧରେ ଗଞ୍ଜାମ ଜିଲ୍ଲାର ପ୍ରମୁଖ ଯୋଦ୍ଧା ଭାବେ ଗଞ୍ଜାମ ଜିଲ୍ଲା ପାଳ ପ୍ରମୁଖ ଭୂମିକା ନେଇ ଜିଲାରେ ଭୁତାଣୁ ବ୍ୟାପିବାକୁ ଦେଇ ନାହାନ୍ତି, ସେ ସାଇକେଲରେ ବୁଲି ସଚେତେନା କରିବାଠୁ ଆରମ୍ଭ କରି ପ୍ରତ୍ୟକ କାର୍ଜ୍ୟକ୍ରମକୁ ନିଜେ ତଦାରଖ କରୁଛନ୍ତି, ଏପରିକି ଲକଡାଉନ ଫଳରେ ଜିଲ୍ଲା ପୁରା ବନ୍ଦ ଥିବା ବେଳେ ମେଡ଼ିକାଲରେ ରୋଗୀଙ୍କୁ ରକ୍ତ ଅଭାବ ଦେଖା ଦେଇଥିଲା, ଏହାକୁ ଦୃଷ୍ଟିରେ ରଖି ମୋବାଇଲ ରକ୍ତ ସଂଗ୍ରହ ଯୋଜନା ଆରମ୍ଭ କରିଛନ୍ତି ଶୁକ୍ରବାର ଦିନ ଜିଲ୍ଲାରେ, ଏପରିକି ଜିଲ୍ଲା ପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ନିଜେ ପ୍ରଥେମେ ରକ୍ତ ଦାନକରି କାର୍ଜ୍ୟକ୍ରମକୁ ଶୁଭଆରମ୍ଭ କରିଥିଲେ, ଶେରଗଡ଼ ବ୍ଲକ ଅନ୍ତର୍ଗତ ଅଲାରିଗଡ ଗ୍ରାମ ପଞ୍ଚାୟତରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ଭ୍ରାମ୍ୟମାଣ ରକ୍ତ ସଂଗୃହୀତ ଯାନକୁ ଉଦଘାଟନ କରିଥିଲେ । ଜିଲ୍ଲାରେ କୋରାନା ଯୋଗୁଁ ଲାଗୁ ହୋଇଥିବା ଲକ ଡାଉନ ଯେପରି ରକ୍ତର ଅଭାବ ନହେବ ସେଇଥିପାଇଁ ଏହିପରି ଭ୍ରାମ୍ୟମାଣ ରକ୍ତ ସଂଗୃହୀତ ଯାନର ବ୍ୟବହାର ସାରା ଜିଲ୍ଲାରେ ଆରମ୍ଭ କରାଯାଇଥିବା ଜିଲ୍ଲାପାଳ କହିଥିଲେ ଏବଂ ସେ ନିଜେ ମଧ୍ୟ ରକ୍ତ ଦାନ କରି ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ, ଜିଲାପାଳଙ୍କ ଏପରି କାର୍ଜ୍ୟାକୁ ସାଧାରଣରେ ପ୍ରସଶଂସା କରାଯାଇଥିଲା, ବ୍ରହ୍ମପୁର ମେଡିକାଲର କଚାରୀମାନେ ଶିବିରରେ ଯୋଗଦେଇ ରକ୍ତ ସଂଗ୍ରହ କରିବା ସହ ସହଯୋଗ କରିଥିଲେ ଏଠାରେ ମୋଟ ୨୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷା ସାରସ ସ୍ବାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରଞ୍ଜନ ସାହୁ, ତହସିଲଦାର ଡଃ ଦୟାଶିନ୍ଧୁ ପରିଡା ଉପାଧ୍ୟକ୍ଷ ବିଶ୍ବନାଥ ସ୍ୱାଇଁ, ଜିଲ୍ଲାପରିଷଦ ସଭ୍ୟ ପ୍ରମୋଦ ପାତ୍ର, ପ୍ରମୋଦ ସାହୁ, ବ୍ଳକ ବିଜେଡି ସଭାପତି ଶରତ ଚନ୍ଦ୍ର ପାତ୍ର, ବ୍ଳକ ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ବ୍ଳକ ଯୁବବାହିନୀ ସଭାପତି ଆଲୋକ ପଟ୍ଟନାୟକ,ସ ନ୍ତୋଷ ଦାଶ ପ୍ରମୁଖ ଉପସ୍ଥିତ ଥିଲେ.