ଅଳିଆ ଆବର୍ଜନରେ ମୋହନା ମୂଖ୍ୟ ବଜାର
ମୋହନା, (ଅଂଶୁମାନ ପଣ୍ଡା):ମୋହନା ମୁଖ୍ୟ ବଜାର ଏବେ ଅଳିଆ ଆବର୍ଜ୍ଜନା ରେ ଭରି ରହିଛି l ପ୍ରତି ବର୍ଷ ବର୍ଷା ଦିନେ ଏହାର ଅବସ୍ଥା ଆହୁରି ଶୋଚନୀୟ ହେଉଛି l ମୁଖ୍ୟ ରାସ୍ତା ର ଦୁଇ ପାର୍ଶ୍ଵରେ ଡ୍ରେନେଜ୍ ବ୍ୟବସ୍ଥା ନଥିବା ଯୋଗୁଁ ବର୍ଷା ପାଣି ମୁଖ୍ୟ ରାସ୍ତାରେ ପ୍ରବାହିତ ହେଉଛି l ଫଳରେ ରାସ୍ତା ଧୋଇ ଯିବା ସହ କାଦୁଅ ଜମି ରହୁଛି l ମୁଖ୍ୟ ବଜାର ରେ ଥିବା ଯାତ୍ରୀ ବିଶ୍ରାମlଗାର ସମ୍ମୁଖରେ ଅବସ୍ଥା କହିଲେ ନସରେ l ଯାତ୍ରୀ ବିଶ୍ରମlଗlର ସମ୍ମୁଖ ରେ କାଦୁଅ ଭରି ରହୁଥିବା ଯୋଗୁଁ ଲୋକେ ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ପ୍ରତିଦିନ ବ୍ରହ୍ମପୁର ଓ ପାରଳାଖେମୁଣ୍ଡି ରୁ ମୋହନା ଦେଇ ୪୦ ରୁ ଅଧିକ ଯାତ୍ରୀବାହୀ ବସ୍ ଯିବା ଆସିବା କରୁଥିବା ବେଳେ ଚାରିଚକିଆ ଯାନକୁ ମିଶାଇ ଶତାଧିକ ଗାଡ଼ି ଚଳାଚଳ ହେଉଛି l ଫଳରେ ମୁଖ୍ୟ ବଜାର ରାସ୍ତାଟି ଅଧିକ କାଦୁଅ ହେବା ସହ ଖାଲ ଖମା ସୃଷ୍ଟି ହୋଇ ବର୍ଷା ପାଣି ଜମି ରହୁଛି l ତେଣୁ ତୁରନ୍ତ ବଜାର ରେ ଥିବା ବିଶ୍ରାମାଗାର ନିକଟରେ ରାସ୍ତା ମରାମତି କରିବାକୁ ଦାବି କରିଛି ମୋହନା ନୀଳକଣ୍ଠେଶ୍ଵର ବଣିକ ସଂଘ l ଏ ସଂମ୍ପର୍କରେ ମୋହନା ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଲକ୍ଷ୍ମୀକାନ୍ତ ପାତ୍ରଙ୍କୁ ପଚାରିବାରେ ଖୁବ ଶିଘ୍ର ଖାଲୁଆ ସ୍ଥାନରେ ମାଟି ପକାଇ ସମତଳ କରାଯିବା ସହ କାଦୁଅ ନାଜମିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି l


