ସ୍ତ୍ରୀ କୁ ତଣ୍ଟିଚିପି ହତ୍ୟା କଲା ସ୍ୱାମୀ: ଅଭିଯୁକ୍ତ ଗିରଫ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଝୁମ୍ପୁରାବ୍ଲକବାରିଆଥାନାଅନ୍ତର୍ଗତକଞ୍ଚନଡୁମୁରିଆ ଗ୍ରାମରେ ଜଣେ ବ୍ୟକ୍ତି ତା ସ୍ତ୍ରୀ କୁ ତଣ୍ଟିଚିପି ହତ୍ୟା କରିଥିବା ଦେଖିବାକୁ ମିଳିଛି। ପୁଲିସ ଠାରୁ ମିଳିଥିବା ସୂଚନା ରୁ ଜଣାଯାଏ ଯେ କଞ୍ଚନଡୁମୁରିଆ ଗ୍ରାମର ବେନି ସାଗର ନାଏକ (୪୦) ଗତକାଲି ରାତିରେ ରେ ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ତା ସ୍ତ୍ରୀ ସହିତ ଘରେଇ କଥାକୁ ନେଇ ଝଗଡ଼ା କରିଥିଲେ। ସ୍ବାମୀ ସ୍ତ୍ରୀ ଝଗଡା ଭଗ୍ର ରୂପ ନେଇଥିଲେ। ବେନି ସାଗର ନାଏକ ଉତକ୍ଷିପ୍ତ ହୋଇ ତା ସ୍ତ୍ରୀ ଜେମାମଣି ନାଏକ(୩୫) ଙ୍କୁ ତଣ୍ଟିଚିପି ହତ୍ୟା କରିଥିଲେ। ବେନି ସାଗର ତା ସ୍ତ୍ରୀ କୁ ତଣ୍ଟିଚିପି ହତ୍ୟା କରିଥିବା ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ବାରିଆ ଥାନା କୁ ଅବଗତ କରିଥିଲେ। ବାରିଆ ଥାନା ଏସ ଆଇ ଅନୁସୟା ସେଠୀ ଖବର ପାଇ ସଦଳେ ବଳେ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ କୁ ଧରିବାକୁ ସକ୍ଷମ ହୋଇଥିଲେ। ରାତି ଅଧିକ ହୋଇଥିବାରୁ ପୁଲିସ ରାତିରେ ତା କାର୍ଯ୍ୟ କରିବାରେ ଅସୁବିଧା ହେବାରୁ ପୁଲିସ ଶବକୁ  ଜବତ କରିବା ପରେ ସକାଳେ ବାରିଆ ପୁଲିସ ସାଇର୍ଟିଫିକ୍ଟ ଟିମ୍ କେନ୍ଦୁଝର ରୁ ମଗାଇ ତଦନ୍ତ କରିଥିଲେ। ମୃତ ଜେନାମଣି ର ଖୁଡି ମାଳତୀ ମୁଣ୍ଡା ଅଭିଯୋଗ କରିଛନ୍ତି ଯେ ବେନି ସାଗର ନାଏକ ତା ସ୍ତ୍ରୀ କୁ ହତ୍ୟା କରିଛି ବୋଲି ବାରିଆ ଥାନା ରେ ଅଭିଯୋଗ କରିବା ପରେ ଥାନାର ଏସ ଆଇ ଅନୁସୟା ସେଠୀ ବାରିଆ ଥାନା କେଶ ନଂ ୧୭୧/୨୦୨୫ ରେ ମାମଲା ରୁଜୁ କରିବା ପରେ ଶବକୁ ବ୍ୟବଚ୍ଛେଦ କରିବା ପାଇଁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିବା ଜଣାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ