ଅଳିଆ ଗଦାରୁ ନବଜାତ ଶିଶୁର ମୃତ ଦେହ ଉଦ୍ଧାର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): କେନ୍ଦ୍ର ସରକାରଙ୍କ’ ବେଟି ବଚାଓ, ବେଟି ବଢାଅ’ ଯୋଜନା ସହ ରାଜ୍ୟ ସରକାରଙ୍କ ବିଜୁ କନ୍ୟା ରତ୍ନ ଯୋଜନା କାର୍ଯ୍ୟକାରିତା ନିମନ୍ତେ ବ୍ୟାପକ ପ୍ରଚାର ପ୍ରସାର କରାଯାଉଛି । ହେଲେ ସରକାରଙ୍କ ଏହି ମହତକାଂକ୍ଷି ଲକ୍ଷ୍ୟ ବାସ୍ତବ ଠାରୁ ବହୁ ଦୁରରେ ରହିଛି । ସଚେତନ ଓ ନିତୀ ନିର୍ଦ୍ଧାରଣ ପରେ ମଧ୍ୟ ସମାଜରେ ନବଜାତକ ମାନଙ୍କପ୍ରତି କିଭଳି ଅବହେଳିତ ତାହା ରବିବାର ହିଂଜିଳିକାଟୁ ପୌରାଂଚଳରେ ସ୍ପଷ୍ଟ ଦିବାଲୋକରେ ଦେଖିବାକୁ ମିଳିଛି । ଏହି ସ୍ପର୍ଷକାତର ଘଟଣାରୁ ଉଭୟ ଯୋଜନା ବାସ୍ତବ କ୍ଷେତ୍ରରେ ବହୁ ଦୁରରେ ରହିଥିବା ନେଇ ଅଂଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ପ୍ରକାଶ ଯେ, ରବିବାର ଅପରାହ୍ନରେ ହିଂଜିଳିକାଟୁ ପୌରାଂଚଳ ବେବର୍ତା ବନ୍ଧ ସଲଗ୍ନ ଚନ୍ଦ୍ରକଳ୍ପେଶ୍ୱର ମନ୍ଦିର ପ୍ୱାଶ୍ୱର୍ରେ ଥିବା ଏକ ପରିତ୍ୟକ୍ତ ସ୍ଥାନର ଏକ ଅଳିଆ ଗଦାରେ ନବଜାତକ ଶିଶୁ କନ୍ୟାର ମୃତ ଦେହକୁ ସ୍ଥାନୀୟ ଅଂଚଳର କିଛି ବ୍ୟକ୍ତି ଠାବ କରିଥିଲେ । ମୃତ ଶିଶୁକନ୍ୟାର ଶବଟି ଏକ ବାଉଁଶ ଟୋକେଇ ମଧ୍ୟରେ ପଡ଼ି ରହିଥିଲା । କୌଣସି ମହିଳା ଅବାଞ୍ଝିତ ଗର୍ଭ ଧାରଣ ପରେ ଲୋକଲଜ୍ୟା ଭୟରେ ମୃତ ଶିଶୁଟିକୁ ଫୋପାଡ଼ି ଦେଇଥିବା ଆଲୋଚନା ହେଉଥିବା ବେଳେ କେହି କନ୍ୟା ସନ୍ତାନ ଜନ୍ମ କରିବା ପରେ ବୋଝ ଭାବି ଫୋପାଡ଼ି ଦେଇ ଚାଲି ଯାଇଥିବା ଆଲୋଚନା ହେଉଛି । ଖବର ପାଇ ହିଂଜିଳି ପୋଲିସ ଘଟଣା ସ୍ଥଳରେ ପଂହଚି ଶବକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି । ଏଭଳି ସମ୍ବେଦନଶୀଳ ଘଟଣା ହିଂଜିଳିକାଟୁ ଅଂଚଳରେ ବାରମ୍ବାର ଘଟୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉନଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ