ଅଳେଶ୍ୱର ଠାରୁ ସୋନପୁର ୭୫ କିମି ବେଳାଭୂମି ହେବ ପ୍ଲାଷ୍ଟିକ ମୁକ୍ତ ଅଭିଯାନ
ଗଂଜାମ, (ବିନୋଦ ପଲାଇ):ବେଳାଭୂମି ଓ ପର୍ଯ୍ୟଟନ କ୍ଷେତ୍ରକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ କରିବା ଓ ସ୍ୱଚ୍ଛତା ପାଇଁ ଚାଲିଥିବା ଅଭିଯାନ ସପ୍ତମ ପର୍ଯ୍ୟାୟରେ ରଙ୍ଗେଇଲୁଣ୍ଡ ବ୍ଲକର ଧବେଳେଶ୍ଵର ବେଳାଭୂମିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଗଂଜାମ ଜିଲ୍ଲାର ଗଂଜାମ ବ୍ଳକର ” ଦି ଇକୋ ୱାରିୟର୍ସ” ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ” ଭରସା ” ‘ ପ୍ରୟାସରେ ଗଞ୍ଜାମ୍ ରୁ ସୋନପୁର ପର୍ଯ୍ୟନ୍ତ ଦୀର୍ଘ ୭୫ କିଲୋମିଟର ପରିବ୍ୟସ୍ତ ବେଳାଭୂମିକୁ ପ୍ଲାଷ୍ଟିକ ମୁକ୍ତ ଏକ ଅଭିଯାନ ହାତକୁ ନିଆଯାଇଛି। ଏହି ଅଭିଯାନରେ ଇକୋ କ୍ଲବ ଜିଲ୍ଲା ସଂଯୋଜକ ଡ଼. ଶଙ୍କର ନାରାୟଣ ବେଜ଼ ଯୋଗଦେଇ ସଫେଇ ଅଭିଯାନରେ ସାମିଲ ହେବା ସହ ଏହାକୁ ସୋନପୁର ସରିବା ପରେ ବି କାର୍ଯ୍ୟକ୍ରମ କୁ ଚାଲୁରଖିବାକୁ କହିଥିଲେ। ଆଗାମୀ ଦିନ ସବୁ ସଫେଇ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି କହିଥିଲେ। କୋଭିଡ଼ି ଯୋଧ୍ୟା ସ୍ୱରସ୍ୱତୀ ମହାଙ୍କୁଡ଼ , ,’ଦି ଇକୋ ୱାରିୟସ ‘ , ପ୍ରଭାତ ବିଶ୍ୱାଳ, ସୀମାଞ୍ଚଳ ଦାସ, ଅଖିଳ ତରାଇ , ବସନ୍ତ ସାହୁ, ପ୍ରଣବ ପ୍ରଧାନ, କରୁଣାକର ରେଡ୍ଡୀ , ପ୍ରଭାତ ସାହୁ,ଦୁର୍ଯୋଧନ ରେଡ୍ଡୀ,ମୁନ୍ନା ରେଡ୍ଡୀ,ପ୍ରଶାନ୍ତ ସାହୁ, ଗୁଲାବ ସିଂହ, ପ୍ରକାଶ ରେଡ୍ଡୀ,ରାକେଶ ବାରିକ,ଗୁରୁନାଥ ରେଡ୍ଡୀ,ମିଥୁନ ବାରିକ ପ୍ରମୁଖ ସାମିଲ ହୋଇଥିଲେ। ବେଳାଭୂମିରେ ପ୍ଲାଷ୍ଟିକ ଏଣେ ତେଣେ ନପକାଇ ଡ଼ଷ୍ଟବିନର ବ୍ଯବହାର କରିବା, ବେଳାଭୂମି ସ୍ବଚ୍ଛତା ଅଭିଯାନରେ ସାମିଲ ଲାଗି ପର୍ଯ୍ଯଟକଙ୍କ ସଚେତନ କରିଥିଲେ। ଏହି ଅବସରରେ ୩୦୩ କେ.ଜି କେଜି ପ୍ଲାଷ୍ଟିକ ଆବର୍ଜନା ବାହାର କରାଯାଇଥିଲା ପରେ ବିଭିନ୍ନ ଔଷଧ ଚାରା ରୋପଣ କରିଥିଲେ।ଏହାକୁ ସ୍ୱେଚ୍ଛାସେବୀ ଦୂର୍ଗା ମାଧବ ପାଣିଗ୍ରାହୀ ସଂଯୋଜନା କରିଥିଲେ।