ଅଶୁଭ ସଂଖ୍ୟା ୧୩
ସମଗ୍ର ବିଶ୍ୱରେ ୧୩ ସଂଖ୍ୟାକୁ ଅଶୁଭ ବୋଲି ଧରାଯାଏ । ସମଗ୍ର ବିଶ୍ୱର ଅଧିକାଂଶ ଲୋକେ ଏହି ସଂଖ୍ୟାକୁ ଡରିଥା’ନ୍ତି । ତେବେ ଆସନ୍ତୁ ଜାଣିବା ଅଶୁଭ ସଂଖ୍ୟା ୧୩ ସମ୍ପର୍କରେ । ଏନେଇ ଏକ ସର୍ବେକ୍ଷଣ କରାଯାଇଥିଲା । ଯେଉଁଥିରେ ପଶ୍ଚିମ ଦେଶର ଲୋକେ ୧୩ ସଂଖ୍ୟାକୁ ବେଶି ଡରୁଥିବାବେଳେ ଭାରତରେ ମଧ୍ୟ ଏହି ସଂଖ୍ୟାକୁ ଡରିଥାନ୍ତି । ଏଠାକାର ଅଧିକାଂଶ ଲୋକ ଏହି ସଂଖ୍ୟାକୁ ଅଶୁଭ ବୋଲି କହିଥାନ୍ତି । ଚଣ୍ଡୀଗଡ଼ରେ ୧୩ ସଂଖ୍ୟାକୁ ଲୋକେ ଭାରି ଭୟ କରିଥାନ୍ତି । ଏପରିକି ସହରର ନକ୍ସା ଆଙ୍କୁଥିବା ଆର୍କିଟେକ ୧୩ ନମ୍ବର ବିଶିଷ୍ଟ ସେକ୍ଟର ମଧ୍ୟ ତିଆରି କରନ୍ତି ନାହିଁ । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟ ୧୩ ସଂଖ୍ୟାକୁ ଡରୁଥିଲେ । କାରଣ ତାଙ୍କର ପ୍ରଧାନମନ୍ତ୍ରିତ୍ୱ କାଳରେ ତାଙ୍କ ସରକାର ପ୍ରଥମ ଥର ୧୩ ଦିନ ରହିଥିଲା । ଏହା ପରେ ଯେତେବେଳେ ଶପଥ ଉତ୍ସବ ଆସିଲା ତାହା ମଧ୍ୟ ୧୩ ତାରିଖରେ ପଡ଼ିଲା । ଯେଉଁ ସରକାର ଗଠନ ହେଲା ତାହା ମାତ୍ର ୧୩ ମାସ ପର୍ଯ୍ୟନ୍ତ ଚାଲିଲା । ବାଜପେୟୀ ୧୩ ତମ ପ୍ରଧାନମନ୍ତ୍ରୀ ମଧ୍ୟ ଥିଲେ । ୧୩ଟି ଦଳର ସହଯୋଗରେ ୧୩ ତାରିଖରେ ସେ ସରକାର ଗଠନ ପାଇଁ ଶପଥ ନେଇଥିଲେ । ୧୩ ତାରିଖରେ ମଧ୍ୟ ପରାଜୟ ଲାଭ କରିଥିଲେ । ତେଣୁ ୧୩ ତାରିଖକୁ ଭାରତରେ ଏହି ଦୃଷ୍ଟିରୁ ଅଶୁଭ ବୋଲି ଗଣନା କରାଯାଏ ।