ବାଦୁଡିଙ୍କୁ କରାଯାଏ ପୂଜା

ଆମ ପରମ୍ପରାରେ ବାଦୁଡ଼ିକୁ ଅଶୁଭ ବୋଲି ଧରାଯାଏ । ବାଦୁଡ଼ି ଘରେ ବସିଲେ ପରିବାରକୁ ବିପଦ ମାଡ଼ିଆସେ ବୋଲି କେହି କେହି ମତ ଦେଇଥାଆନ୍ତି । କିନ୍ତୁ ବିହାରର ବୈଶାଳୀ ଜିଲ୍ଲାରେ ରାଜାପାକର ପ୍ରଖଣ୍ଡରେ ସରସଇ ଗାଁରେ ନା କେବଳ ବାଦୁଡ଼ିମାନଙ୍କର ପୂଜା ହୁଏ, ସେଠାରେ ଲୋକମାନେ ମଧ୍ୟ ମାନନ୍ତି ଯେ ବାଦୁଡ଼ିମାନେ ସେମାନଙ୍କର ରକ୍ଷା ମଧ୍ୟ କରୁଛନ୍ତି । ଏହି ବାଦୁଡ଼ିମାନଙ୍କୁ ଦେଖିବାକୁ ପର୍ଯ୍ୟଟକମାନଙ୍କର ମଧ୍ୟ ଭିଡ଼ ଲାଗି ରହୁଛି । ଏଠାରେ ଲୋକମାନେ ସେମାନଙ୍କୁ ସମୃଦ୍ଧିର ପ୍ରତୀକ ଦେବୀ ଲକ୍ଷ୍ମୀ ଭାବରେ ମାନନ୍ତି । ବାଦୁଡ଼ିମାନେ ଏଠାରେ କେବେଠାରୁ ଅଛନ୍ତି ଏହା କେହି ଜାଣି ନାହାନ୍ତି । ପ୍ରାୟ ୫୦ ହଜାରୁ ଅଧିକ ବାହୁଡ଼ି ଏଠାରେ ରୁହନ୍ତି । ବହୁ ବର୍ଷ ପୂର୍ବେ ସରସଇ ଗାଁରେ ହଇଜା ବ୍ୟାପିଥିଲା । ଯେବେଠାରୁ ବାଦୁଡ଼ିମାନେ ଏଠାରେ ବାସ କରିବା ଆରମ୍ଭ କଲେ ସେବେଠାରୁ ହଇଜା ଏବଂ ମହମାରୀ ହେବାର ଦେଖାଯାଉନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ