ଅଶୋକ ରାଉତଙ୍କ ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା ଓ ସ୍ଵେଛା କୃତ ରକ୍ତ ଦାନ ଶିବିର

ତିର୍ତୋଲ,(ଅଭିଷେକ ତ୍ରିପାଠୀ ) : ତିର୍ତୋଲ ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବ୍ଲକ ସଭାପତି ତଥା ଦିବଂଗତ ଶ୍ରମିକ ନେତା ଅଶୋକ ରାଉତ (ବାବୁନା ଭାଇ ) ଙ୍କ ଏକାଦଶାହ ଅବସରରେ ଶାରଳା ରୋଡ ସ୍ଥିତ ବିଜେଡି କାର୍ଯ୍ୟାଳୟ ରେ ଏକ ଶ୍ରଦ୍ଧାଞ୍ଜଳି ସଭା ଓ ଜୀବନ ବିନ୍ଦୁ ସ୍ଵେଛା କୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ତିର୍ତୋଲ ତଥା ଆଖପାଖ ଅଞ୍ଚଳ ର ବିଜେଡି କର୍ମୀ , ସଂଗଠକ ଓ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେଇ ବାବୁନା ବାବୁଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ତାଙ୍କ ଶୋକ ସନ୍ତପ୍ତ ପରିବାର କୁ ସାନ୍ତ୍ୱନା ଦେଇଥିଲେ l ଏହି ସଭାରେ ଯୁବ ନେତା ବିଜୟ ଶଙ୍କର ଦାସ , ବିସନପୁର ସରପଞ୍ଚ ତଥା ଆତ୍ମା ର ଅଧକ୍ଷ ବସନ୍ତ ମହାପାତ୍ର , ମହିଳା କମିଶନ ଅଧକ୍ଷା ମିନତୀ ବେହେରା , ଦେବୀପ୍ରସାଦ ମହାପାତ୍ର , ବିମଳ ମହାପାତ୍ର , ଉପେନ୍ଦ୍ର ମହାନ୍ତି , ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମନୋଜ ମହାନ୍ତି , ପ୍ରସନ ମଲ୍ଲିକ , ଚିତ୍ତରଞ୍ଜନ ରଥ , ଭାସ୍କର ନାୟକ , ଦେବଦତ ଖଣ୍ଡୁଆଳ , ଧ୍ରୁବ ଚରଣ ଖଟୁଆ , ସନ୍ତୋଷ ନାୟକ , ସରୋଜ କାନ୍ତ ସ୍ୱାଇଁ , ଖୋକନ ରାୟ , ଦିଲ୍ଲୀପ କୁମାର ମହାନ୍ତି , ତେନ୍ତୁଳିପଦା ସରପଞ୍ଚ ଲଷ୍ମୀପ୍ରିୟା ବେହେରା , ପ୍ରକାଶ ଚନ୍ଦ୍ର ସ୍ୱାଇଁ , ରବିନାରାୟଣ କର , ତିର୍ତୋଲ ବ୍ଲକ ଅଧକ୍ଷା ସୁଜାତା ମହାନ୍ତି , ସୁଜନ କୁମାର ମହାନ୍ତି , ସେଲିନ ବରାଳ , ସୁବ୍ରତ କୁମାର ପଲେଇ , ଅରବିନ୍ଦ ପଟ୍ଟନାୟକ , ପୂର୍ବତନ ବ୍ଲକ ସଭାପତି ଅଶ୍ୱିନୀ କୁମାର ଦାସ , ରତିକାନ୍ତ ମହାପାତ୍ର ଆଦି ଅନେକ ରକ୍ତ ଦାତା ଓ ବିଜେଡି କର୍ମୀ ଓ ବାବୁନା ଭାଇଙ୍କ ଆତ୍ମୀୟ ସ୍ୱଜନ ଏହି ଏକାଦଶାହ ସଭାରେ ଯୋଗଦାନ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ