ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଶ୍ରୀକରଣ ସାହି ଠାରେ ଥିବା ନିତ୍ୟାନନ୍ଦ ପାଠାଗାର ପକ୍ଷରୁ ଦିବଂଗତ ଭାରତ ରତ୍ନ ଲତା ମଙ୍ଗେସ୍କରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଲତା ମଙ୍ଗେସ୍କରଙ୍କ ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ଜଳନ କରି ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦେଶାତ୍ମବୋଧକ ଗୀତ ଗୁଡିକ ଗାନ କରିଥିଲେ ପୁଷ୍ପାଞ୍ଜଳି ପଟ୍ଟନାୟକ, କୁନା ହଳଧର, ରବିନାରାୟଣ ଦାସ ପ୍ରମୁଖ । ନିତ୍ୟାନନ୍ଦ ପାଠାଗାରର ସଭାପତି ଗୌରହରି ପଟ୍ଟନାୟକ, ସମ୍ପାଦକ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ଓ ଉପଦେଷ୍ଟା ବିଚିତ୍ରା ନ୍ଦ ବେବର୍ତ୍ତା ପ୍ରମୁଖ ଉପସ୍ଥିତ ରହି ପୁଷ୍ପମାଲ୍ୟ ର୍ପଣ କରିବା ସହିତ ଅଶ୍ରୁଳଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ନିଜ ନିଜ ବକ୍ତବ୍ୟରେ କହିଥିଲେ ଯେ ସଙ୍ଗତ ଜଗତରେ ତାଙ୍କର ସ୍ଥାନ କିଏ ପୂରଣ କରି ପାରିବେ ନାହିଁ କି ତାଙ୍କ ଭଳି ଗୀତ ଗାଇବାର ସ୍ଥାନ ବି କେହି ନେଇପାରିବେ ନାହିଁ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରପତି ପୁରସ୍କାର ଗ୍ରହୀତା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିନୋଦଚନ୍ଦ୍ର ଜେନା କ୍ୟାପଟେନ ମଲ୍ଲିକାର୍ଜୁନ ପଟ୍ଟନାୟକ, କୌଳାଶ ପଟ୍ଟନାୟକ, ଶିଶୁମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ