ଅଶ୍ଳୀଳ ଭାଷାକୁ ପଦୋନ୍ନତି କରିବାର କାରଣ କଣ
ଦିପ୍ତିମୟୀ ନାୟକ
ଦିନଥିଲା ଯେତେବେଳେ କୌଣସି ଗାଁଗହଳିରେ କଳି ଝଗଡା ହେଉଥିଲା ସେତେବେଳେ ସେମାନେ ପରସ୍ପରକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି କିଛି ଦିନ ପରେ ପୁଣି ସେମାନେ ପରସ୍ପର ସହ ମିଶିଯାଉଥିଲେ | ଏବଂ ଏମାନଙ୍କର ଏହି କଳି କେବଳ ଦୁଇ ପରିବାର କିମ୍ବା ସାହିପଡିସାଙ୍କ ମଧ୍ୟରେ ସୀମିତ ରହୁଥିଲା | କିନ୍ତୁ ବର୍ତ୍ତମାନ ସେମିତି ଆଉ ମୁହାଁ ମୁହିଁ କଳି ହେଉନି କି ଗାଁ ଗହଳି ମାନଙ୍କରେ ଏମିତି କଳି ଦେଖିବାକୁ ମିଳୁନି କାରଣ ସେମାନେ ଜାଣୁଛନ୍ତି ଆଜିର ଜୀବନ କାଲିକୁ ନାହିଁ କଳି କରିବେ କଣ ପାଇଁ ତେଣୁ ସେମାନଙ୍କ ମନରେ ଯେମିତି ଭଲପାଇବା ଥାଏ ଏବେବି ମଧ୍ୟ ସେମିତି ଭଲପାଇବା ଅଛି ଆଉ ଏମିତିରେ ଗାଁ ଗହଳି କଳିରେ ଯେଉଁ କଳି ହୁଏ ବେଳେବେଳେ ଉଗ୍ର ରୂପ ନେଇ ତୁମୁଳ କାଣ୍ଡ ଘଟିଥିବାର ଘଟଣା ଆପଣମାନେ ମଧ୍ୟ ଅନେକ ସମୟରେ ବିଭିନ୍ନ ଖବରକାଗଜ ହେଉ କିମ୍ବା ବିଭିନ୍ନ ଗଣମାଧ୍ୟମରେ ଦେଖିଥିବେ | ତେବେ ସେତେବେଳର କଳିକୁ ଏତେ ପ୍ରୋତ୍ସାହନ ଦିଆଯାଉନଥିଲା | କିନ୍ତୁ ଏବେ ଯେଉଁ ସୋସିଆଲ ମିଡିଆରେ ଅଶ୍ଳୀଳ ଗାଳି ଦିଆଯାଉଛି କିଛି ଗଣମାଧ୍ୟମ ସେମାନେ ନିଜ ସାମ୍ବାଦିକତା କରିବାର ସା ଅକ୍ଷର ଭୁଲି ଯାଉଛନ୍ତି ନହଲେ ଏମାନେ କାହିଁକି ଭଲ ଖବରର ଅନୁସନ୍ଧାନ ନକରି ଏମିତି ଅଶ୍ଳୀଳ ଖବର ପ୍ରସାରଣ ପାଇଁ ଚାହିଁ ରହିଥାନ୍ତେ ଆଉ ଲୋକେ କାହିଁକି କହୁଥାନ୍ତେ ମାର୍କେଟରେ ଭାରି ଶସ୍ତାରେ ମିଳୁଛି ବୁମ ତେଣୁ ଯିଏ ଯେମିତି ଖବର ଛାପିବାକୁ ଚାହିଁବ ଛାପ | ତେଣୁ ଯେଉଁମାନେ ସୋସିଆଲ ମିଡିଆରେ ଗାଳି ଗୁଲଜ କରୁଛନ୍ତି ତାକୁ ଏତେ ଗୁରୁତ୍ୱ କାହିଁକି ଦିଆଯାଉଛି ଏବଂ ସେମାନେ ଅଶ୍ଳୀଳ ଭାଷାକୁ କାହିଁକି ଖୋଲାଖୋଲି ଭାବରେ ପ୍ରସାରଣ କରାଯାଉଛି | ଯଦିଓ ଆଜିର ଦିନରେ ପ୍ରତ୍ୟେକଟି ଗଳିକନ୍ଧିରେ ଗୋଟେ ଗୋଟେ ମିଡ଼ିଆ ହାଉସ ଅଛି ତେବେ ସେହି ମିଡ଼ିଆ ହାଉସର ଲୋକମାନେ କଣ ପାଇଁ ଏମାନଙ୍କ ଅଶ୍ଳୀଳ ଭାଷାକୁକୁ ପଦୋନ୍ନତି କରୁଛନ୍ତି |
ଆଜିକାଲି ଅନେକ ଲୋକ ପେପର କମ ନିଜ ମୋବାଇଲକୁ ବେଶି ଦେଖନ୍ତି ଆଉ ଏହାରି ଭିତରେ ମୋବାଇଲଟା ଖୋଲୁ ଖୋଲୁ ଅଶ୍ଳୀଳ ଭାଷା | ଯାହା ଶୁଣିଲେ କାନରୁ ବ୍ଲଡ଼ ବାହାରିଗଲା ଭଳି ଲାଗିବ | କିନ୍ତୁ ମୋତେ ଚିନ୍ତାଲାଗେ ଏହି କିଛି ଗଣମାଧ୍ୟମ ବାଲା କେମିତି ସେମାନଙ୍କ ପାଖରେ ଠିଆ ହୋଇ ସେମାନଙ୍କ ଅଶ୍ଳୀଳ ଭାଷା ଶୁଣି ସେମାନଙ୍କର ବାଇଟ ଆଣି ନିଜ ଚ୍ୟାନେଲରେ ବଜାଉଛନ୍ତି | ଆଉ ଏହି ଅଶ୍ଳୀଳ ଭାଷାର ପ୍ରସାରଣ ପରେ ମୋବାଇଲ ଖୋଲୁ ଖୋଲୁ କଦର୍ଯ୍ୟ ଭାଷା ଶୁଣିବାକୁ ମିଳୁଛି | ଯେତେବେଳେ ମୁଁ ବହୁତ ଛୋଟ ପିଲା ଥିଲି ସେତେବେଳେ ଲୋକଙ୍କ ପାଟିରୁ ଶୁଣୁଥିଲୁ ଆରେ ବାପରେ ସାମ୍ବାଦିକ ମାନଙ୍କ ସହ କଥା ହେବାକୁ ହେଲେ ଟିକେ ହୁସିଆରେ କଥା ହେବ ନଚେତ ସେ ସାମ୍ବାଦିକ କଣ ଛାଡ଼ିଦେବ | ସତ କହିବାକୁ ଗଲେ ସେତେବେଳେ ଏହି ସାମ୍ବାଦିକ ମାନଙ୍କୁ ବହୁତ ସମ୍ମାନ ମିଳୁଥିଲା | କାହିଁକି ନା ସେତେବେଳେ ସେମିତି କିଛି ଖବର ଉପସ୍ଥାପନ କରୁଥିଲେ କିନ୍ତୁ ଏବେ ଯେଉଁଭଳି କିଛି ସାମ୍ବାଦିକ ଖବର ଉପସ୍ଥାପନ କରୁଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ | କାରଣ ଏମାନଙ୍କ ପାଇଁ ଏହି ଆଉ ଅନ୍ୟ ସାମ୍ବାଦିକ ମାନଙ୍କୁ ସେମାନଙ୍କ ସମ୍ମାନ ମିଳୁନି | ଯେତେବେଳେ ଗୋଟେ ସାମ୍ବାଦିକ ଆଗରେ ଲୋକ କଥା କହିବାକୁ ଡରୁଥିଲେ କିନ୍ତୁ ଏବେ ଲୋକ ଅଶ୍ଳୀଳ ଭାଷା କହି ଚାଲିଯାଉଛନ୍ତ | ଆଉ ଏହି ସାମ୍ବାଦିକ ମାନେ ହିଁ ସେମାନଙ୍କୁ ସୋସିଆଲ ମିଡିଆରେ ପରିଚିତ ଚେହେରା କରୁଛନ୍ତି |
ତେଣୁ ସୋସିଆଲ ମିଡିଆରେ ଯିଏ ଯେମିତି ମନ୍ତବ୍ୟ ଦେଉଛନ୍ତି ତାଙ୍କୁ ଲୋକ ସେମିତି ଶୁଣାଉଛନ୍ତି | ହେଲେ ସେହି ସୋସିଆଲ ମିଡ଼ିଆକୁ ଦେଖି ସେମାନଙ୍କ ଅଶ୍ଳୀଳ ଭାଷାକୁ ପୁଣି ପ୍ରସାରଣ କରିବାର ମାନେ କଣ | ଯାହାକୁ ଯିଏ ଯେମିତି କୁହନ୍ତି ସେମାନେ ତାଙ୍କର ଉତ୍ତର ସେହିମାନେ ସୋସିଆଲ ମିଡିଆରେ ଅଶ୍ଳୀଳ ଗାଳି ମାଧ୍ୟମରେ ଦେଇଥାନ୍ତି | ସେମାନଙ୍କୁ ମଧ୍ୟ ଅନୁରୋଧ ଯେଉଁମାନେ ସୋସିଆଲ ମିଡିଆରେ ଉତ୍ପାତ ହେଉଛନ୍ତି ସେମାନେ ସୋସିଆଲ ମିଡିଆରେ ଉତ୍ପାତ ନହୋଇ ସାମ୍ନା ସାମ୍ନି ସବୁ କଥାର ସମାଧାନ କରନ୍ତି | ଏମିତି ସୋସିଆଲ ମିଡିଆରେ କଦର୍ଯ୍ୟ ଭାଷା କୁହନ୍ତୁନି |
ଯୁବ ସାମ୍ବାଦିକା
ଦିପ୍ତିମୟୀ ନାୟକ
ଅନ୍ଧାରୁଆ, ଭୁବନେଶ୍ୱର