ଅଶ୍ଵିନୀ ବୈଷ୍ଣବଙ୍କୁ ସାକ୍ଷାତ୍ କଲେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ

ବାଲେଶ୍ବର, (ସରୋଜ ପଣ୍ଡା): ଆଜି ମାନ୍ୟବର କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ସାକ୍ଷାତ୍ କରି ବାଲେଶ୍ଵର ବାସୀଙ୍କର ଦୁଇଟି ଦାବି ବିଷୟରେ ପତ୍ର ପ୍ରଦାନ କଲେ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ପ୍ରଥମତଃ ବାଲେଶ୍ଵର ଏକ ଗୁରୁତ୍ବ ପୂର୍ଣ୍ଣ ରେଳ ଷ୍ଟେସନ୍ ହୋଇଥିବାରୁ ଓ ଏହାକୁ ଦକ୍ଷିଣ ପୂର୍ବାଞ୍ଚଳ ଅନ୍ତର୍ଗତ ଖଡ଼ଗପୁର ଡିଭିଜନରେ ଏହାକୁ ରଖିବା ହେତୁ ବହୁସମସ୍ଯା ହେଉଥିବା ହେତୁ ଏହାକୁ ଦକ୍ଷିଣ ପୂର୍ବ ରେଳବାଇରୁ ବାହାର କରି, ରୂପ୍‍ସା-ବାଙ୍ଗିରିପୋଷି ସେକ୍ସନକୁ ମିଶାଇ ବାଲେଶ୍ଵରକୁ ପୂର୍ବତଟ ରେଳବାଇ ଅଧୀନରେ ଏକ ସ୍ଵତନ୍ତ୍ର ଡିଭିଜନର ମାନ୍ୟତା ଦେବାପାଇଁ ଓ ନୀଳଗିରି ଡାହାଣିମରା-ଗୋପିନାଥପୁର ମାଲବୁହା ରେଳ ଷ୍ଟେସନ୍‍କୁ ଏକ ପାସେଞ୍ଜର୍ ରେଳ ଷ୍ଟେସନରେ ପରିଣତ କଲେ ଅନେକ ଗରିବ,ଆଦିବାସୀ ଲୋକ ଉପକୃତ ହେବେ ବୋଲି ଶ୍ରୀଯୁକ୍ତ ଷଡ଼ଙ୍ଗୀ ଦାବି କରିଛନ୍ତି। ମାନ୍ୟବର ରେଳମନ୍ତ୍ରୀ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଚେଷ୍ଟା କରିବାର ପ୍ରତିଶୃତି ଦେଇଛନ୍ତି। ପୂର୍ବରୁ ବାଲେଶ୍ଵର ରେଳ ଷ୍ଟେସନ୍‍ର ଆଧୁନିକୀ କରଣ ପାଇଁ ଶ୍ରୀଯୁକ୍ତ ଷଡ଼ଙ୍ଗୀ ଚିଠି ଲେଖିଥିଲେ ଓ ପୂର୍ବ ରେଳମନ୍ତ୍ରୀ ମାନ୍ୟବର ଶ୍ରୀ ପୀୟୂଷ ଗୋୟାଲଙ୍କ ସହ ଆଲୋଚନା କରିଥିଲେ। ଆନନ୍ଦର ବିଷୟ ଯେ, ସରକାର ଏ ଦିଗରେ ପ୍ରଥମ ପଦକ୍ଷପ ସ୍ୱରୂପ ସର୍ବେକ୍ଷଣ କରାଇ ଏକ DPR ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ମାନ୍ୟବର ରେଳମନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି :- ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ, ଭାରତୀୟ ଜନତା ପାର୍ଟି, ବାଲେଶ୍ବର।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ