ଅଷ୍ଟ୍ରେଲିଆରେ ଇଡେମିତସୁ ହୋଣ୍ଡା ରେସିଂ ଇଣ୍ଡିଆ ଟିମ
ଅଷ୍ଟ୍ରେଲିଆ, (ଏଜେନ୍ସି): ଭାରତୀୟ ହୋଣ୍ଡା ଦୁଇଚକିଆର ଏକମାତ୍ର ଭାରତୀୟ ଦୁଇଚକିଆ ରେସିଂ ଦଳ ଇଡ଼େମିତସୁ ହୋଣ୍ଡା ରେସିଂ ଇଣ୍ଡିଆ ଏସିଆ ରୋଡ଼୍ ଼ରେସିଂ ଚମ୍ପିୟାନସିପ୍ ୨୦୧୯ରେ ଉଲ୍ଲେଖନୀୟ ସଫଳତା ପାଇଁ ଆଶାବାଦୀ ରହିଛି । ମାଲେସିୟା ଠାରେ ମାର୍ଚ୍ଚ ୧୯ରେ ଉଦ୍ଘାଟନ ପରେ ଏହି ପ୍ରତିଯୋଗିତା ଅଷ୍ଟ୍ରେଲିଆରେ ପହଞ୍ଚିଛି ଏବଂ ଆନୁଷ୍ଠାନିକ ଅଭ୍ୟାସଏପ୍ରିଲ ୨୫ରୁ ଆରମ୍ଭ ହୋଇଛି । ଏହି ଅବସରରେ ହୋଣ୍ଡା ମୋଟରସାଇକେଲ ଏଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ଼ର ବ୍ରାଣ୍ଡ ଓ କମ୍ୟୁନିକେସନ ଉପସଭାପତି ପ୍ରଭୁ ନାଗରାଜ୍ କହିଛନ୍ତି ଯେ, ୨୦୧୯ ଏଆର୍ଆର୍ସିରେ ଇଡ଼େମିତସୁ ହୋଣ୍ଡା ରେସିଂ ଇଣ୍ଡିଆ ଉତ୍ତମ ଅୟମାରମ୍ଭ କରିଛି । ପ୍ରଥମ ପର୍ଯ୍ୟାୟରେ ରାଜୀବ ଓ ସେନି୍ଥଲ ପଏଣ୍ଟ ହାସଲ କରି ଭାରତୀୟ ଦଳକୁ ପ୍ରଥମ ୭ ସ୍ଥାନ ମଧ୍ୟରେ ସ୍ଥାନିତ କରିଥିଲେ । ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେଉଥିବା ଦ୍ୱିତୀୟ ପର୍ଯ୍ୟାୟ ଆହ୍ୱାନଜନକ । ଆଡ଼ିଲେଡ଼ ଟ୍ରାକ୍ରେ ସେନି୍ଥଲ ନୂଆ ରେକର୍ଡ଼ କରିବେ ବୋଲି ଆଶା କରାଯାଉଛି ଏବଂ ଏହି ଟ୍ରାକରେ ରାଜୀବଙ୍କ ପୂର୍ବ ଅଭିଜ୍ଞତା ରହିଛି । ପୂର୍ବତନ ଜିପି ଚାଳକ ତୋମୋୟୋସି କୋୟମାଙ୍କ ତତ୍ତ୍ୱାବଧାନରେ ଦଳ ତାଲିମ ନେଇ ଟ୍ରାକକୁ ଆସୁଛି । ତେଣୁ ପ୍ରତିଯୋଗୀ ଉତ୍ତମ ଫଳାଫଳ ପ୍ରଦର୍ଶନ କରି ଭାରତକୁ ଗର୍ବିତ କରିବା ନେଇ ଆଶା କରା ଯାଉଥିବା ବିଷୟରେ ସେ କହିଛନ୍ତି ।


