ଅଷ୍ଟ୍ରେଲିଆର ସମ୍ବଳ ମନ୍ତ୍ରୀ ତଥା ଉତ୍ତର ଅଷ୍ଟ୍ରେଲିଆର ସିନେଟର ଓ କେନ୍ଦ୍ରମନ୍ତ୍ରୀଙ୍କ ବୈଠକ

ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବାରେ ଅଷ୍ଟ୍ରେଲିଆ ମହତ୍ୱପୂର୍ଣ୍ଣ ଭୂମିକା ନେବ
ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବାରେ ଅଷ୍ଟ୍ରେଲିଆ ମହତ୍ୱପୂର୍ଣ୍ଣ ଭୂମିକା ନେବ
: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତିରେ ପରିଣତ କରିବା ପାଇଁ ଭାରତ ସରକାରଙ୍କ ପ୍ରାଥମିକତା ପରିପ୍ରେକ୍ଷୀରେ ଅଷ୍ଟ୍ରେଲିଆରୁ ଏଲ୍ଏନ୍ଜି ଆମଦାନୀ ବଢିବାର ସମ୍ଭାବନା ସମ୍ପର୍କରେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଷ୍ଟ୍ରେଲିଆର ସମ୍ବଳ ମନ୍ତ୍ରୀ ତଥା ଉତ୍ତର ଅଷ୍ଟ୍ରେଲିଆର ସିନେଟର ମାଥ୍ୟୁ କାନାଭନଙ୍କ ସହ ବୈଠକ ପରେ ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତିରେ ପରିଣତ କରିବାରେ ଅଷ୍ଟ୍ରେଲିଆ ମହତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି । ଅଷ୍ଟ୍ରେଲିଆକୁ ଭାରତରେ ଅଧିକରୁ ଅଧିକ ପୁଞ୍ଜି ନିବେଶ କରିବା ପାଇଁ ଆହ୍ୱାନ କରିଥିଲେ । ଉକ୍ତ ବୈଠକରେ ପ୍ରଧାନ କହିଥିଲେ ଯେ ଭାରତୀୟ ଉପଭୋକ୍ତା ମୂଲ୍ୟ ସମ୍ବେଦନଶୀଳ ରହିଛି । ତେଣୁ ଅଷ୍ଟ୍ରେଲିଆରୁ ଏଲଏନଜି ଆମଦାନୀ ଆଗାମୀ ଦିନରେ ଏହି କ୍ଷେତ୍ରରେ ସହଯୋଗ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେବ । ଏହି ବୈଠକରେ କୋଇଲା ଇନ୍ଧନ ଉପରେ ମଧ୍ୟ ଗୁରୁତ୍ୱାରୋପ କରିବା ସହ ଏହି କ୍ଷେତ୍ରରେ ଅଷ୍ଟ୍ରେଲିଆକୁ ଅଧିକରୁ ଅଧିକ ସହଯୋଗ କରିବା ପାଇଁ ଆହ୍ୱାନ କରିଥିଲେ । ଦୁଇ ଦେଶ ମଧ୍ୟରେ ସାମଞ୍ଜସ୍ୟ ବଜାୟ ରଖିବା ତଥା ଦ୍ୱିାକ୍ଷିକ ସହଯୋଗ ବୃଦ୍ଧି କରିବା ପାଇଁ କୋଇଲା, ଖଣିଜ, ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ୍ କ୍ଷେତ୍ରରେ ଉଭୟ ମନ୍ତ୍ରାଳୟର ସମନ୍ୱୟର ଆବଶ୍ୟକତା ରହିଛି । ଅଷ୍ଟ୍ରେଲିଆ ମେର୍ଟାଲୋଜିକାଲ୍ କୋଇଲା ଆମଦାନୀ କରିବାରେ ଭାରତ ସର୍ବବୃହତ ଦେଶ । ତେଣୁ ଏକ ଭିନ୍ନ ମୂଲ୍ୟ ନିର୍ଦ୍ଧାରଣ ପଦ୍ଧତି ଦ୍ୱାରା କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଭାରତର ଉର୍ଜା ମିଶ୍ରଣ ବିକଶିତ ହେବା ମାତ୍ରେ ସୁଯୋଗର ଅବସର ଜାରି ରହିବ ବୋଲି ସେ କହିଥିଲେ । ଉଭୟ ମନ୍ତ୍ରୀ ଆଗାମୀ ମାସରେ ଉର୍ଜା ସମ୍ବଳକୁ ଏକ ବିସ୍ତୁତ ଶୃଙ୍ଖଳା ଆଧାରରେ ନିର୍ମାଣ କରିବା ପାଇଁ ସହମତି ପ୍ରଦାନ କରିଥିଲେ । ଯାହା ଦ୍ୱାରା ଅର୍ଥବ୍ୟବସ୍ଥା ଉପରେ ଅନେକ ସୁ ୍ରଭାବ ପକାଇବ ଏବଂ ଦ୍ୱିାକ୍ଷିକ ସମ୍ପର୍କ ଦ୍ୱାରା ଉର୍ଜା ସ୍ତମ୍ଭକୁ ମଜବୁତ କରାଯାଇପାରିବ । ଉଲ୍ଲେଖନୀୟ ଯେ ଅଷ୍ଟ୍ରେଲିଆ ମନ୍ତ୍ରୀ କାନାଭନ ଭାରତ ସହିତ ସମ୍ପର୍କକୁ ମଜବୁତ୍ କରିବା ପାଇଁ ଅଷ୍ଟ୍ରେଲିଆର ପ୍ରତିବଦ୍ଧତାକୁ ରେଖାଙ୍କିତ କରିଥିଲେ ଏବଂ ଭାରତର ଉର୍ଜା ସୁରକ୍ଷାର ଆବଶ୍ୟକତାକୁ ପୂରଣ କରିବା ପାଇଁ ଅଷ୍ଟ୍ରେଲିଆ ଏକ ବିଶ୍ୱାସନୀୟ ସହଯୋଗୀ ରାଷ୍ଟ୍ର ହେବ ବୋଲି ପର୍ରିକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ