ଅଷ୍ଟ ଜିଲ୍ଲାସ୍ତରୀୟ ମାସିକ ସତସଙ୍ଗ କାର୍ଯ୍ୟକ୍ରମ ଓ ଅମୃତ ପରିବାର ସମାବେଶ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ.ନୂଆଗାଁ ବ୍ଲକ ଅନ୍ତର୍ଗତ ଚାଞ୍ଚେଡି ଓ ଗାନ୍ଦ୍ରିଗାଁ ପଞ୍ଚାୟତରେ ଥିବା ଅମୃତ ପରିବାର ପକ୍ଷରୁ ସନାତନ ଧର୍ମର ଏକ ଆଧ୍ୟାତ୍ମିକ ସମାବେଶ ସଲାଙ୍ଗିଆର ଇଶ୍ଵର ନଗର ପଡିଆ ଠାରେ ଆୟୋଜନ ହୋଇଥିବା ବେଳେ ଏଥିରେ ଅଷ୍ଟ ଜିଲ୍ଲା ସ୍ତରୀୟ ୨୨୬ ତମ ମାସିକ ସତସଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ବକ୍ତା ଭାବେ କତିଙ୍ଗିଆ ଠାରେ ଥିବା ଅମୃତ ପରିବାର ଆଶ୍ରମର ମୂଖ୍ୟ ପ୍ରତିଷ୍ଠାତା ସଦଗୁରୁ ସୂଦୟଆବା ଯୋଗ ଦେଇ ଶାନ୍ତି,ମୈତ୍ରୀ,ସଦଭାବନା ଓ ବିଶ୍ୱ ଭାତୃତ୍ବ ଭାବନା ପାଇଁ ଜାତି,ଧର୍ମ,ବର୍ଣ୍ଣ,ସମ୍ପ୍ରଦାୟ,ଦଳ ଓ ଗୋଷ୍ଠୀ ଉର୍ଦ୍ଧ୍ବରେ ରହି ବେଦାନ୍ତ ଅନୁସାରେ ମଣିଷର କର୍ତ୍ତବ୍ୟ କରିବା ପାଇଁ ଅମୃତ ପରିବାରର ସଦସ୍ୟ ମାନଙ୍କୁ ନିବେଦନ କରିଥିଲେ। ଅନ୍ୟ ତମ ବକ୍ତା ଭାବେ ସଭାପତି ନରହରି କହଁର, ସଂପାଦକ କୃଷ୍ଣ ଚନ୍ଦ୍ର ପ୍ରଧାନ, ମୁଖପାତ୍ର ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ବରିଷ୍ଠ କାର୍ଯ୍ୟକର୍ତ୍ତା ଅବନୀ ଶ୍ବର ପ୍ରଧାନ,ପରିଚାଳକ ପ୍ରଜ୍ଞାନନ୍ଦ ବ୍ରହ୍ମଚାରୀ, ନିର୍ମାଣ ପ୍ରମୁଖ ସଞ୍ଜିବ ପ୍ରଧାନ ପ୍ରମୁଖ ଯୋଗ ଦେଇ ଶାନ୍ତି, ଶୃଙ୍ଖଳା ଭାବେ ପରିବାର ଓ ସମାଜ ଗଠନ ସମ୍ପର୍କରେ ଦିଗଦର୍ଶନ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ, ସମ୍ବଲପୁର, ସୁନ୍ଦରଗଡ଼, ଖୋର୍ଦ୍ଧା, ବୌଦ୍ଧ ଓ କୋରାପୁଟରେ ଥିବା ଆଠଟି ଜିଲ୍ଲାରେ ଥିବା ଭକ୍ତ ଓ କର୍ମକର୍ତ୍ତା ଯୋଗ ଦେଇଥିଲେ। ଆଞ୍ଚଳିକ କର୍ମକର୍ତ୍ତା ଭୂଲେଶ୍ଵର ନାୟକ,ବିରାଜ ପ୍ରଧାନ, ଅରୁଣ ନାୟକ, ଗୁରୁଦେବ ପ୍ରଧାନଙ୍କ ସମେତ ଅନ୍ୟ ସଦସ୍ୟ ମାନେ ପ୍ରସାଦ ସେବନ ସହିତ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲା ବେଳେ ଗୋପିନାଥ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଅଞ୍ଚଳର ଶହ ଶହ ମହିଳା ପୁରୁଷ ଯୁବକ ଯୁବତୀ ଭକ୍ତ ଯୋଗ ଦେଇ ଭଜନ କୀର୍ତ୍ତନ ଜଣାଣ କରିଥିବା ବେଳେ ନଭେମ୍ବର ମାସରେ କୋଟଗଡ଼ ଓ ଡିସେମ୍ବର ମାସରେ ଟିକାବାଲି ବ୍ଲକରେ ଏହି ପରି ମାସିକ ସତସଙ୍ଗ ହେବାକୁ ଥିବା ବିଷୟ ସଦଗୁରୁ ଘୋଷଣା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ