ରାଇକିଆ ଭାଜପା ତରଫରୁ ବ୍ଲକ ଅଧ୍ୟକ୍ଷାଙ୍କୁ ସମ୍ବର୍ଦ୍ଧନା
ରାଇକିଆ,(ପ୍ରଦୀପ ବେହେରା):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଭାଜପା ତରଫରୁ ଗୁରୁବାର ନୂତନ ଭାବେ ଅଧ୍ୟକ୍ଷା ଦାୟିତ୍ବ ଗ୍ରହଣ କରିଥିବା ରୀନା ପ୍ରଧାନ ଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଅନାସ୍ଥା ଭୋଟ ରେ ପଦ ହରାଇବା ପରେ ବୁଧବାର ରୀନା ପ୍ରଧାନ ଅଧ୍ୟକ୍ଷା ଦାୟିତ୍ବ ଗ୍ରହଣ କରିଥିଲେ । ସାଂସଦ ପ୍ରତିନିଧି ସନ୍ତୋଷ ଲେଙ୍କା, ମଣ୍ଡଳ ସଭାପତି ସନ୍ତୋଷ ପାତ୍ର, ପୂର୍ବତନ ବିଧାୟକ ମନୋଜ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁକାନ୍ତ ସାହୁ ,ବରିଷ୍ଠ କାର୍ଯ୍ୟକର୍ତ୍ତା ନାରାୟଣ ପାତ୍ର , ସମ୍ପାଦକ ସନକ ଦିଗାଲ ଙ୍କ ସମେତ ଦଳୀୟ କର୍ମୀ ଯୋଗ ଦେଇ ଶୁଭେଚ୍ଛା ଜଣାଇବା ସହ ଅଞ୍ଚଳ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କୁ ନେଇ ଆଲୋଚନା କରି ଥିଲେ । ସର୍ବ ଦଳ କୁ ନେଇ ସମସ୍ତଙ୍କ ସହଯୋଗ ରେ ବ୍ଲକ୍ ର ଉନ୍ନୟନ ମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ ବୋଲି ଅଧ୍ୟକ୍ଷା ପ୍ରତିଶ୍ରୁତି ଦେବା ସହ ଧନ୍ୟବାଦ୍ ଜ୍ଞାପନ କରିଥିଲେ ।


