ଅସରାଏ ବର୍ଷାରେ ମୁଖ୍ୟ ରାସ୍ତାରେ ଲହଡ଼ି ମାରୁଛି ବର୍ଷା ପାଣି 

ନିମାପଡ଼ା, (ସନ୍ତୋଷ ଦାଶ:-ସାମାନ୍ୟ ଅସରାଏ ବର୍ଷାରେ ଚାରିଛକ ବଜାରରେ ଲହଡ଼ି ମାରୁଛି ବର୍ଷାପାଣି।ଫଳରେ ଯାତାୟାତ ରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ,ପର୍ଯ୍ୟଟକ, ବ୍ୟବସାୟୀ । ପୁରୀ – ମାଧବ – ନିଆଳି ପୂର୍ତ୍ତ ବିଭାଗ ରାସ୍ତାର ଭାରତୀୟ ଷ୍ଟେଟବ୍ୟାଙ୍କ ଏଟିଏମ ନିକଟରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ରଥଯାତ୍ରା ଅବସର ରେ ବହୁ ଭକ୍ତ ପୁରୀ କୁ ଯାତାୟାତ କରୁଥିବା ବେଳେ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି । ନିସ୍କାସନ ର କୌଣସି ବାଟ ମଧ୍ୟ ନାହିଁ ।ଗୋଟେ ପଟେ କେନାଲ ତ ଆର ପଟେ ଲୋକେ ଘର କରୁଛନ୍ତି । ରାସ୍ତା ମଝିରେ ମଧ୍ୟ ଏକ ଫୁଟ ଚଉଡା ର ନାଳି ମଧ୍ୟ ଖୋଳା ଯାଇଛି ।ଫଳରେ ଲୋକେ ବାଇକ ଯୋଗେ ଗଲାବେଳେ ଦୁର୍ଘଟଣା ର ଶିକାର ହେଉଛନ୍ତି ।ଏହି ରାସ୍ତାଟି ପୁରୀ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବାରୁ ଅଧିକାରୀ ମାନଙ୍କର ଦୃଷ୍ଟି ଏହି ରାସ୍ତା ପ୍ରତି ପଡୁନଥିବା ଅଭିଯୋଗ ହେଉଛି । ଜଲ୍ଲାଲପୁର ଠାରୁ ଅମରେଶ୍ୱର ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ ହେବ ବୋଲି ଟେଣ୍ଡର ହୋଇଛି ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି । ମାତ୍ର ଅଦ୍ୟାବଧି କାର୍ଯ୍ୟ ଆରମ୍ଭ ହୋଇନଥିବା ଜଣାପଡିଛି। ଆସନ୍ତା ବାହୁଡା଼ ଦଶମୀ ପୂର୍ବରୁ ଏହି ରାସ୍ତା ମରାମତି ଓ ଜଳ ନିସ୍କାସନ ଲାଗି ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳ ର ସ୍ଵେଛାସେବୀ ଚନ୍ଦ୍ରକାନ୍ତ ଦଳାଇ, ସନାତନ ପାତ୍ର ଓ ଉକ୍ତ ବଜାର ର ଶତାଧିକ ବ୍ୟବସାୟୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ