ଅସହାୟଙ୍କୁ ସହାୟତା ଯୋଗାଇଦେବ ମହାଦେବ ସେନା
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):ସମାଜର ଦୁସ୍ଥ, ଗରିବ ଓ ରୋଗରେ ପିଡିତ ଅସହାୟମାନଙ୍କୁ ମହାଦେବ ସେନା ଆର୍ଥିକ ସହାୟତା ଯୋଗାଇ ଦେବ ବୋଲି ଦୁହୁରିଆ ସ୍ଥିତ ଯଜ୍ଞଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ସେନାର ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ଉପଲକ୍ଷେ ଉପଦେଷ୍ଟା ପ୍ରଦୀପ କୁମାର ଦାଶଙ୍କ ପୈାରହିତ୍ୟରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସମ୍ପାଦକ ଅଲେଖ ନାୟକ ମହାଦେବ ସେନା ଜିଲ୍ଲା ସଭାପତି ଅନନ୍ତ ନାୟକ, ଧନେଶ୍ୱର ଦାସ, ଶରତ ସାହୁ, ବନମାଳି ଦାସ, ସରୋଜ ପଲାଇ, କିଶୋର କୁମାର ଲେଙ୍କା, ବ୍ଲକ ସଭାପତି ବଳରାମ ବେହେରା, ଅଞ୍ଜନ ପଲାଇ, ସୂର୍ଯ୍ୟମଣି ପଣ୍ଡା ପ୍ରମୁଖ ଯୋଗ ଦେଇ ଏହି ନିଷ୍ପତ୍ତି ନେଇଛନ୍ତି । ଏଥିସହିତ ସାଂଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯିବା ସହ ସମସ୍ତ ଶୈବପୀଠ ଆଲୋକି କରଣ ଓ ସ୍ୱଚ୍ଛ କରିବାକୁ ନିଷ୍ପତ୍ତି ନିଆଯାଇଛି ।


