ଅସହାୟ ଓ ନିରାଶ୍ରୟ ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ
ଶେରଗଡ,(ଦେବୀ ପ୍ରସାଦ ଦାଶ):ଶେରଗଡ ବ୍ଳକ ଅନ୍ତର୍ଗତ ଧବଳପୁର ଗ୍ରାମପଞ୍ଚାୟତରେ ନେହେରୁ ବହୁମୁଖୀ ସ୍ବୟଂସହାୟକ ଗୋଷ୍ଠୀ ତରଫରୁ ନିଜସ୍ବ ସଂଚିତ ପାଣ୍ଠିରୁ ଧବଳପୁର ପଞ୍ଚାୟତ ରେ ଅସହାୟ ଓ ନିରାଶ୍ରୟ ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇଛନ୍ତି ଏଥିରେ ସଭାପତି ଉର୍ମିଳା ପାଣିଗ୍ରାହୀ ସେକ୍ରେଟାରୀ ଶଶି ମାହାରଣା, ଶୋଭା ପ୍ରଧାନ, ବି.ବିଜୟଲକ୍ଷ୍ମୀ ପାତ୍ର, ସତ୍ୟ ପ୍ରଧାନ ପ୍ରମୁଖ ରନ୍ଧା ରନ୍ଧି କରି ଏକ ଡାଲା ଅଟୋରେ ସମସ୍ତ ରନ୍ଧା ଖାଦ୍ୟ ଧରି ଧବଳପୁର ଗ୍ରାମପଞ୍ଚାୟତର ତିନିଖଣ୍ଡ ଗ୍ରାମର ୧୪୦ଜଣ ଅସହାୟ ଓ ନିରାଶ୍ରୟଙ୍କୁ ରନ୍ଧାଖାଦ୍ୟ ଯୋଗାଇଛନ୍ତି । ନେହେରୁ ସ୍ବୟଂସହାୟକ ଗୋଷ୍ଠୀର ଏହି କାର୍ଯ୍ୟକ୍ରମ କୁ ଅଞ୍ଚଳର ଲୋକେ ଭୁରିଭୁରି ପ୍ରଶଂସା କରିଛନ୍ତି