ଅସହାୟ ଗରିବ ଙ୍କୁ ରନ୍ଧାଖାଦ୍ୟ ଯୋଗାଉଛି ରୁଦ୍ର ସେନା ଯୁବଶକ୍ତି

ଯାଜପୁର,(ଓ୍ବାଇଏନ୍ଏସ୍):କରୋନା ପାଇଁ ଜୀବିକା ହରାଇଥିବା ବ୍ୟକ୍ତିଙ୍କ ପାଇଁ ପ୍ରତିଦିନ ରନ୍ଧାଖାଦ୍ୟ ଯୋଗାଉଛି ରୁଦ୍ର ସେନା ଯୁବଶକ୍ତି। ଚଣ୍ଡୀ ଏଜେନ୍ସି ଅଭିନ ପଣ୍ଡା ଏବଂ କ୍ରିଷ୍ଣା ମେଡିସିନ ଷ୍ଟୋର ବିଶ୍ଵ ରଞ୍ଜନ ମହାପାତ୍ର ଙ୍କ ସହାୟତାରେ ଯୁବ ସମାଜସେବୀ ଦେବବ୍ରତ, ଅଶୋକ କୁମାର ଦାସ,ତପନ ପଣ୍ଡା, ସଂଗ୍ରାମ ମହାନ୍ତି, ସନତ ପଣ୍ଡା,ଅନିଲ ପଣ୍ଡା, ବିଶ୍ୱଜିତ ମହାନ୍ତି, ବିକ୍ରମ ପତ୍ରି, ଦିବ୍ୟସିଂହ ଦେବ ମହାପାତ୍ର, ଚନ୍ଦନ ସାହୁ, ପ୍ରସଞ୍ଜିତ୍ ଭୂଆଁ ଙ୍କ ନେତୃତ୍ବରେ ପାଣିକୋଇଲି,ସଠିପୁର,କୁଆଖିଆ,ସାହାପୁର ଆଖପାଖ ଅଞ୍ଚଳରେ ବୁଲୁଥିବା ବିକୃତ ମସ୍ତିସ୍କ ବ୍ୟକ୍ତି, ଅସହାୟ, ଗରିବ, ଖଟିଖିଆ, ଅସହାୟ ଶିଶୁ ଏବଂ ପାଦରେ ଚାଲିଚାଲି ଯାଉଥିବା ଅନ୍ୟ ରାଜ୍ୟର ଲୋକମାନଙ୍କ ପାଖରେ ରନ୍ଧାଖାଦ୍ୟ ଏବଂ ପାନୀୟ ପହଞ୍ଚାଇଥିଲେ। ଖାଦ୍ୟ ନ ପାଇ ବହୁତ ଭୋକରେଥିବା ଲୋକ ମାନେ ମୁଖରେ ଆହାର ଦେଇ ବହୁତ ଖୁସି ହୋଇ ଆମକୁ ଆଶିର୍ବାଦ ପ୍ରଦାନ କରିଥିଲେ ଆଗକୁ ମଧ୍ୟ ଏହି କାର୍ଯ୍ୟକ୍ରମ ଜାରିରହିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ