ଜିଲ୍ଲା ଟ୍ୟାକ୍ସି ଡ୍ରାଇଭର ୟୁନିଅନ ପକ୍ଷରୁ ସହାୟତା ନିମନ୍ତେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ଟ୍ୟାକ୍ସି ଡ୍ରାଇଭର ୟୁନିଅନ ପକ୍ଷରୁ ଆର୍ଥିକ ସହାୟତା ନିମନ୍ତେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାରେ ପ୍ରାୟ ୩ହଜାରରୁ ଉର୍ଦ୍ଧ୍ୱ ଟ୍ୟାକ୍ସି, ଟେମ୍ପୋ, ଟ୍ରାକ୍ଟର, ମିନିଟ୍ରକ ଓ ମିନିବସର ଡ୍ରାଇଭର ଏବଂ ହେଲପର ଅଛନ୍ତି । କରୋନା ଜନିତ ଲକ ଡାଉନ ଯୋଗୁଁ ସେମାନେ ନିଜର ଜୀବିକା ହରାଇ ଅତ୍ୟନ୍ତ ଦୁଃଖ କଷ୍ଟରେ ୨୭ଦିନ ହେବ ଭୋକିଲା ପେଟରେ ପରିବାର ସହ ସମୟ ଅତିବାହିତ କରୁଛନ୍ତି । ଏଭଳି ପରିସ୍ଥିତିରେ ଆମ ଦେଶର ଦିଲ୍ଲୀ ରାଜ୍ୟ ସରକାର ସମସ୍ତ ଡ୍ରାଇଭର ଓ ହେଲପରଙ୍କୁ ୫ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ତେଣୁ ରାଜ୍ୟ ସରକାର ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ଗରୀବ ଡ୍ରାଇଭର ଏବଂ ହେଲପରମାନଙ୍କୁ ଆବଶ୍ୟକ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ୟୁନିଅନର ସଭାପତି ନଳିନୀକାନ୍ତ ତ୍ରିପାଠୀ,ସମ୍ପାଦକ ମହମ୍ମଦ ଲିୟାକତ ଅଲ୍ଲୀ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ