ଅସହାୟ ଗର୍ଭବତୀ ମହିଳାଙ୍କୁ ମେଡ଼ିକାଲ୍ରେ ପହଞ୍ଚାଇଲେ ଥାନା ଅଧିକାରୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ଥାନା ଅଧିକାରୀଙ୍କ ମହାନତା, ଜଣେ ଅସହାୟ ଗର୍ଭବତୀ ମହିଳା ଙ୍କୁ ସାହାଯ୍ୟ କରି ମାନବିକତାର ପରିଚୟ ଦେଇଛନ୍ତି ଥାନା ଅଧିକାରୀ ପ୍ରଶାନ୍ତ ନିଶିକା l ସୂଚନା ପ୍ରକାରେ ମୋହନା ଥାନା ଅଧୀନରେ ଥିବା କର୍ଚ୍ଚବାଡି ଗ୍ରାମ ର ଲତା ବେହେରାଙ୍କୁ ଶ୍ୱଶୁର ଘର ଲୋକ ନ ପଚାରିବାରୁ ସେ ଦୀର୍ଘ ଦିନ ଧରି ଅସହାୟ ଅବସ୍ଥା ରେ ଏକା ରହୁଥିଲେ l ଗୁରୁବାର ଦିନ ରାତ୍ରି ସମୟରେ ଲତା ଙ୍କ ପ୍ରସବ ବେଦନା ହୋଇଥିଲା l ପାଖରେ କେହି ନଥିବାରୁ ସେ ମୋହନା ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିଷିକା ଙ୍କୁ ଫୋନ୍ କରି ସାହାଯ୍ୟ ମାଗିଥିଲେ lପରେ ଥାନା ଅଧିକାରୀ ନିଷିକା ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ, କିନ୍ତୁ ସେଠାରେ ପ୍ରସବ ହୋଇନପାରି ବେଦନା ଅଧିକ ହେବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ମେଡିକାଲ କୁ ପଠାଇବା ପାଇଁ କହିଥିଲେ l ମୋହନା ଥାନା ଅଧିକାରୀ ପ୍ରଶାନ୍ତ ନିସିକା ସ୍ୱାସ୍ଥ୍ୟ କେନ୍ଦ୍ରରେ ଛଟପଟ ହେଉଥିବା ମହିଳା ଲତାକୁ ବ୍ରହ୍ମପୁର mkcg ମେଡିକାଲ ପଠାଇବା ବ୍ୟବସ୍ଥା କରିଥିବା ସହ ନିଜ ବିଭାଗ କର୍ମଚାରୀଙ୍କୁ ଗର୍ଭବତୀ ଲତା ଙ୍କ ସଙ୍ଗରେ ପଠାଇଛନ୍ତି l ମୋହନା ଥାନା ଅଧିକାରୀଙ୍କ ଏହି ମହାନ ମାନବିକତା କାର୍ଯ୍ୟ କୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ