ଅସହାୟ ପକ୍ଷାଘାତ ରୋଗୀଙ୍କୁ ସହାୟତାର ହାତ ବଢାଇଲା ‘ନୋ ହଙ୍ଗ୍ରୀ ଅରଗାଇନେଜସନ’

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ବାଳ):ଅଦୃଶ୍ୟ ମହାମାରି ‘କରୋନା’ ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସରକାର ଲକ୍ ଡାଉନ୍ ଦିର୍ଘ ୫୦ ଦିନ ପାଖାପାଖି ହେଲା ଜାରି ରଖିଛନ୍ତି ।ଏହି ଲକ୍ ଡାଉନ୍ ଜାରି ଯୋଗୁଁ ଖଟିଖିଆ, ଅସହାୟ, ଅକର୍ମଣ୍ୟ,ମୂଲିଆ ଶ୍ରେଣୀର ଲୋକେ କାମଧନ୍ଦା ନ କରି ପାରି ହାତ ଗୋଡ ବାନ୍ଧି ଘରେ ବସିଛନ୍ତି । ପାଖରେ ଅର୍ଥ ନାହିଁ ଦୁର୍ଦୀନରେ ଦିନ କାଟୁଛନ୍ତି ।ବେଶି ଅସୁବିଧାରେ ପଡ଼ିଛନ୍ତି, ଭିନ୍ନକ୍ଷମ, ନିଃସହାୟ ଲୋକେ । ଯାହାଙ୍କ ପାଖରେ ରେସନ କାର୍ଡ, ସରକାରୀ ସାହାର୍ଯ୍ୟ ପହଞ୍ଚି ପାରୁନାହିଁ । ଏହିଭଳି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳର ୩ ନମ୍ବର ଓ୍ବାର୍ଡରେ । ରାଇରଙ୍ଗପୁର ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ‘ନୋ ହଙ୍ଗ୍ରୀ ଅରଗାଇନେଜେସନ’ତରଫରୁ ଲକ୍ ଡାଉନ୍ ପିରିୟଡ଼ରେ ଅସହାୟ ମାନଙ୍କୁ ସହାୟତା ହାତ ବଢ଼ାଇଛି । ବିଭିନ୍ନ ଓ୍ବାର୍ଡ ବୁଲି ଅସହାୟ ମାନଙ୍କୁ ମାସ୍କ,ଶୁଖିଲାଖାଦ୍ୟ,ସାନିଟାଇଜେସନ ବଣ୍ଟନ କରାଯାଉଥିଲା । ବିଭିନ୍ନ ଓ୍ବାର୍ଡରେ ବୁଲୁଥିବା ବେଳେ ୩ନମ୍ବର ଓ୍ବାର୍ଡର ଏକ ଛିଡ଼ା ପୋଲିଥିନ ଘରେ ଏକୁଟିଆ ରହୁଥିବା ଅସହାୟ ପକ୍ଷାଘାତ ରୋଗୀ ପୂର୍ଣ୍ଣ ଚନ୍ଦ୍ର ଟୁଡୁ ଙ୍କୁ ଠାବ କରିଥିଲେ । ଯାହାଙ୍କର ସ୍ତ୍ରୀ କିଛି ବର୍ଷ ହେଲା ମରିଯାଇଛି ଏବଂ ଛୁଆପିଲା ନାହାନ୍ତି । ଶେଷରେ ସୁସଂଗଠନ ରାଇରଙ୍ଗପୁର ପୌରାଞ୍ଚଳର ପାଖ ପଡୋଶୀ କେହି ସୁହୃଦୟ ବ୍ୟକ୍ତି ଖାଇବାକୁ ଦେଲେ ତାହା ଖାଇ ଦିନ କାଟନ୍ତି ! ତାଙ୍କର ଏଭଳି ଦୟନୀୟ ଅବସ୍ଥା ଦେଖି ‘ନୋ ହଙ୍ଗ୍ରୀ ଅରଗାଇନେଜେସନ’ ସଦସ୍ୟ ବୃନ୍ଦ ସହାୟତାର ହାତ ବଢ଼ାଇଥିଲେ । ସେମାନେ ରାଇରଙ୍ଗପୁର ପୌରାଞ୍ଚଳର ପ୍ରଶାସନ ସହିତ ଆଲୋଚନା କରି ପୂର୍ଣ୍ଣ ମଉସାଙ୍କ ପାଇଁ ଏକ ଟ୍ରାଇ ସାଇକେଲ ବ୍ୟବସ୍ଥା କରି ଦେଇଥିଲେ । ସେତିକିରେ ସେମାନେ ଚୁପଚାପ୍ ବସି ନ ଥିଲେ ! ଭବିଷ୍ୟତରେ ପୂର୍ଣ ମଉସା କିଭଳି ବାକି ଜୀବନ କାଟିବେ ସେମାନେ ଚିନ୍ତା କରିଥିଲେ ! ଯେହେତୁ ତାଙ୍କର କେହି ନାହାନ୍ତି କେଉଁଠି ହେଲେ ଥଇଥାନ କରାଇବାକୁ ହେବ! ସେଥିପାଇଁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନରେଶ ଚନ୍ଦ୍ର ବିନ୍ଧାଣୀଙ୍କ ସହ ଆଲୋଚନା କରି ବାରିପଦା ସହରସ୍ଥିତ ଜରାଶ୍ରମରେ ଅସହାୟ ଲୋକଙ୍କୁ ନିଃଶୁଳ୍କ ଥଇଥାନ କରିହେବ ! ସେଥିପାଇଁ ମଙ୍ଗଳବାର ଦିନ କରୋନା ଯୁଦ୍ଧର ଏହି ସଂଗଠନର ଯୋଦ୍ଧାବୃନ୍ଦ ନିଜର ଖର୍ଚ୍ଚରେ ଏକ ଗାଡ଼ି ସାହାର୍ଯ୍ୟ ରେ ପୂର୍ଣ୍ଣ ମଉସାଙ୍କୁ ବାରିପଦା ନେଇ ଜରାଶ୍ରମରେ ଥଇଥାନ କରାଇଥିଲେ । ପୂର୍ଣ୍ଣ ମଉସା ଏହି ଯୁବସମାଜସେବୀଙ୍କୁ ଛଳ ଆଖିରେ ଆଶୀର୍ବାଦ ଦେବାସହ କୃତଜ୍ଞତା ଜଣାଇଥିଲେ ।ଏହି ଯୁବ ସମାଜସେବୀ କରୋନା ଯୋଦ୍ଧା ମାନେ ହେଲେ ତନୁଜା ମହାନ୍ତ, ଆହ୍ବାନ ପଟ୍ଟନାୟକ,ବିକାଶ ମୋଦକ, ହିମାଂଶୁ ପ୍ରଧାନ,ଋଷି ସ୍ବାମୀ, ଚିରଞ୍ଜିବ ସିଂ । ଏହି ଯୁବ ସମାଜସେବୀ ବୟସରେ ଛୋଟ ହେଲେ ମଧ୍ୟ ସେମାନଙ୍କର ହୃଦୟ ବିଶାଳ ଓ ଚିନ୍ତା ଉଚ୍ଚ କୋଟୀର । ସେମାନଙ୍କର ଉତ୍ସର୍ଗୀକୃତ ସେବା ପାଇଁ ରାଇରଙ୍ଗପୁରର ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ଭଗବାନ ସେମାନଙ୍କୁ ଅଧିକ ଶକ୍ତି,ସାହାସ, ଧୈର୍ଯ୍ୟ ଦିଅନ୍ତୁ ଯେପରି ସେମାନେ ଅଧିକରୁ ଅଧିକ ଅସହାୟ ଲୋକଙ୍କ ସେବା କରି ନିଜକୁ ଧନ୍ୟ ମଣନ୍ତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ