ଅସହାୟ ପରିବାରକୁ ସହାୟତା କଲେ ପଂଚାୟତ ସଭାପତି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ଗ୍ରାମପଂଚାୟତର ପାଳକଣା ଗ୍ରାମର ଉମା ମଳିକଙ୍କ ଅସ୍ୱାଭାବିକ ବିୟୋଗ ଖବର ପାଇ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କ ନିର୍ଦେଶକ୍ରମେ କୋରୋ ପଂଚାୟତର ବିଜେଡି ସଭାପତି ଅଶୋକ କୁମାର ବରାଳ ମୃତ ମହିଳାଙ୍‌କ ଘରେ ପହଁଚି ସେହି ଅସହାୟ ପରିବାରକୁ ଶୁଖିଲା ଖାଦ୍ୟ ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ମୃତ ମହିଳାଙ୍କର ୪ଟି ଛୋଟପିଲା ସେମାନଙ୍କ ବୁଢିମା ନିକଟରେ ଅଛନ୍ତି । ଏହି କାର୍ଯ୍ୟକୁ ଗ୍ରାମବାସୀମାନେ ପ୍ରସଂଶା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ