ଅସହାୟ ବ୍ୟକ୍ତି ଙ୍କୁ ରକ୍ତଦାନ କରି ଉଦାହରଣ ପାଲଟିଲେ ଚିନ୍ମୟ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ କେ.ନୂଆଗଡ ଗ୍ରାମର ପ୍ରସନ୍ନ ପୋଲାଇ ଓ ସ୍ବର୍ଗତ ସୁନୀତା ପୋଲାଇ ଙ୍କ ଏକମାତ୍ର ସୁପୁତ୍ର ହେଉଛନ୍ତି ଚିନ୍ମୟ ପୋଲାଇ।ଜଣେ ଜଣାଶୁଣା ସାହିତ୍ୟିକ, ସମାଜସେବୀ ତଥା ରକ୍ତବୀର ଭାବେ ପରିଚିତ ଚେହେରା । ବାଲ୍ୟ ଅବସ୍ଥାରୁ ହିଁ ଅସହାୟ ରୋଗୀଙ୍କ ସେବା କରିବା, ଗରୀବ ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ କରିବା, ସବୁଜ ବନାନୀ ସୃଷ୍ଟି କରିବା ତଥା ରକ୍ତଦାନ କରିବା ଆଦି ସେବା କାର୍ଯ୍ୟ ସେ ଜାରି ରଖିଛନ୍ତି । ଯେତେବେଳେ କୌଣସି ବ୍ୟକ୍ତି ର ରକ୍ତ ଆବଶ୍ୟକତା ପଡେ,ସେତେବେଳେ ଚିନ୍ମୟ ଙ୍କୁ ଖୋଜା ପଡ଼େ।ସେ ବର୍ତ୍ତମାନ ସୁଦ୍ଧା ୧୦ ରୁ ଉର୍ଦ୍ଧ୍ବ ରକ୍ତଦାନ ଶିବିର ଆୟୋଜନ କରିଥିବା ବେଳେ ୨୦ ଥର ନିଜେ ରକ୍ତଦାନ କରିଛନ୍ତି । ଏହା ସହିତ ସେ ରକ୍ତଦାନ ର ମହତ୍ତ୍ଵ ସମ୍ପର୍କରେ ଜନସାଧାରଣ ଙ୍କୁ ସଚେତନ କରାଇଥାନ୍ତି।ଆଜି କୁକୁଡାଖଣ୍ଡି ଅଞ୍ଚଳର ଜଣେ ଅସହାୟ ବ୍ୟକ୍ତିଙ୍କୁ ଜରୁରୀ କାଳୀନ ପରିସ୍ଥିତିରେ ରକ୍ତଦାନ କରି ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ଚିନ୍ମୟ।ସେ ବର୍ତ୍ତମାନ ରାଜନୀତି ବିଜ୍ଞାନ ବିଭାଗରେ ସ୍ନାତକୋତ୍ତର ଦ୍ଵିତୀୟ ବର୍ଷର ଛାତ୍ର ଅଟନ୍ତି । ନିଜର ପଢା କାର୍ଯ୍ୟକୁ ଠିକ୍ ଭବେ ସମ୍ପାଦନା କରିବା ସହିତ ଅବସର ସମୟରେ ସମାଜସେବା ରେ ସେ ନିଜକୁ ନିୟୋଜିତ କରିଥାନ୍ତି । ଆଗାମୀ ଦିନରେ ଭାରତୀୟ ପ୍ରଶାସନିକ ସେବା ରେ ଯୋଗ ଦେଇ ଦେଶ ମାତୃକା ର ସେବାରେ ନିଜକୁ ସମ୍ପୂର୍ଣ୍ଣ ଭାବେ ସମର୍ପିବା ପାଇଁ ସେ ଦୃଢ଼ ସଂକଳ୍ପ ରଖିଛନ୍ତି।ଚିନ୍ମୟ ଙ୍କ ଏହିଭଳି ସେବା ମନୋବୃତ୍ତି ଜୀବନକୁ ଅଞ୍ଚଳର ଶିକ୍ଷକ, ପ୍ରଶାସନିକ ଅଧିକାରୀ,ବୁଦ୍ଧିଜୀବୀ ତଥା ଅଞ୍ଚଳର ସାଧାରଣ ଜନତା ଖୁସି ପ୍ରକଟ କରିବା ସହ ଚିନ୍ମୟ ଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ