ଅସାବଧାନତା ଯୋଗୁଁ ବନ୍ଧରେ ପଶିଲା କାର୍ ଅଳ୍ପକେ ବର୍ତ୍ତିଲେ ସ୍ଵାମୀ-ସ୍ତ୍ରୀ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ଡେଙ୍ଗାଓସ୍ତା-ଛଣମେରୀ ମୁଖ୍ୟ ରାସ୍ତା କଡରେ ଥିବା କାର୍ଜି ପୋଖରୀ ଭିତରେ ବୁଧବାର ଏକ ଧଳା ରଙ୍ଗର କାର ପଶିଯାଇଥିବା ଦେଖିବାକୁ ମିଳିଛି l କାର ଚାଳକ ଙ୍କ ଅସାବଧାନତା ଯୋଗୁଁ ବନ୍ଧରେ ପଶିଯାଇଥିବା ପ୍ରାଥମିକ ତଦନ୍ତ ରୁ ଜଣାପଡିଛି l କାର ଦୁର୍ଘଟଣା ରେ ଅଳ୍ପକେ ସ୍ଵାମୀ-ସ୍ତ୍ରୀ ବର୍ତ୍ତି ଯାଇଥିବା ଜଣାପଡିଛି । ଫାଶୀଗୁଡା ପଟରୁ ଡେଙ୍ଗାଉସ୍ତା ଆଡ଼କୁ ଏକ ଦମ୍ପତି କାର୍ ଯୋଗେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଓ ସାନଖେମୁଣ୍ଡି ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ସ୍ଵାମୀ-ସ୍ତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ