ମଧ୍ୟାନ୍ନ ଭୋଜନ ପାଚକ ପାଚିକା ମହାସଂଘ ଦଶ ଦଫା ଦାବି ନେଇ ଅତିରିକ୍ତ ଗୋଷ୍ଠୀଉନୟନ ଅଧିକାରୀ ଦାବିପତ୍ର ପ୍ରଦାନ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ନିଖିଳ ଓଡିଶା ମଧ୍ୟାନ୍ନ ଭୋଜନ ପାଚକ ପାଚିକା ମହାସଂଘ ଦଶ ଦଫା ଦାବି ନେଇ ଏକ ରାଲି ଅନୁଷ୍ଠିତ ହୋଇ ଯାଇଛି | ଆଜି ପାଟପୁର ବିଶ୍ଵସରାୟ ବିଜ୍ଞାନ ମହାବିଦ୍ୟାଳୟ ଛକ ଠାରୁ ବାହାରି ସାନଖେମୁଣ୍ଡି ବ୍ଲକ ସମ୍ମୁଖ ରେ ପହଞ୍ଚି ଏକ ବିରାଟ ସଭା କରି ବିଜୁ ଶ୍ରମିକ ସାମୁଖ୍ୟ ସହବନ୍ଧିତ, ନିଖିଳ ଓଡିଶା ମଧ୍ୟାନ୍ନ ଭୋଜନ ପାଚକ ପାଚିକା ମହାସଂଘ, ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟ ରେ କାର୍ଯ୍ୟରତ ପାଚକ ପାଚିକାଙ୍କ ସର୍ବ ନିମ୍ନ ମଜୁରୀ ତଥା ଦଶଦଫା ଦାବି ନେଇ ଅତିରିକ୍ତ ଗୋଷ୍ଠୀଉନୟନ ଅଧିକାରୀ ବୈଜନ୍ତି ମୁଣ୍ଡା ଙ୍କ ଠାରେ ଏକ ଦାବିପତ୍ର ପ୍ରଦାନ କରିଥିଲେ | ଏଥିରେ ରାଜ୍ୟ ପରିଷଦ ସଭ୍ୟ ତଥାସଙ୍ଗଠନର ସଭାପତି ଶ୍ରୀଯୋଗେନ୍ଦ୍ର ସ୍ୱାଇଁ ଯୋଗ ଦେଇ ମହିଳା ମାନଙ୍କ ପ୍ରତି ସରକାର ଉଚିତ ପ୍ରାପ୍ୟ ପ୍ରଦାନ କରିବା ପାଇଁ ଦାବି ଉପସ୍ଥାପନ କରିଥିଲେ।ସାନଖେମୁଣ୍ଡି ବ୍ଲକ୍ ସଭାପତି ନର୍ମଦା ସାହୁ,ସମ୍ପାଦକ ରିନା ପ୍ରଧାନ,ଉପ ସଭାପତି ଅରୁଣା ରଥ ଯୋଗ ଦେଇଥିବାବେଳେ ସାନଖେମୁଣ୍ଡି ବ୍ଲକ୍ ରେଥିବା ସ୍କୁଲ ମାନଙ୍କର ବହୁ ପାଚକ ପାଚିକା ଯୋଗ ଦେଇ ନିଜର ଦାବି ଉପସ୍ଥିପନ କରିଥିଲେ |


