ଅସାମାଜିକ ଙ୍କ ଆଡା ସ୍ଥଳ ପାଲଟିଛି କନକପୁର ର ପୁରାତନ ମା ଶାରଳା ସ୍ୱାସ୍ଥ୍ୟ କେନ୍ଦ୍ର

ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ ) : ଝଙ୍କଡ଼ ମା’ ଶାରଳା ପୀଠର ନିକଟରେ ଥିବା ପୁରାତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପୂର୍ତ୍ତ ଗୃହ ନିର୍ମାଣ ନଗର ଉନ୍ନୟନ ଖଣି ଓ ଭୂତତ୍ୱ ମନ୍ତ୍ରୀ ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ବସନ୍ତ କୁମାର ବିଶ୍ୱାଳ ଙ୍କ ସମୟରେ ମୁଖ୍ୟ ଅତିଥି ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକ ଲୋକସଭା ସଦସ୍ୟ ଙ୍କ ଦ୍ୱାରା ତା ୧:୨:୧୯୮୨ମସିହାରେ ଏହାର ଭିତ୍ତି ପ୍ରସ୍ଥର ସ୍ଥାପନ କରାଯାଇଥିଲା l ପରେ ଶ୍ରୀଯୁକ୍ତ ବିଶ୍ୱାଳ, ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଶ୍ରୀଯୁକ୍ତ ସୀତାକାନ୍ତ ମହାପାତ୍ର ଓ ସଂମ୍ମାନିତ ଅତିଥି ଶ୍ରୀଯୁକ୍ତ ନିତ୍ୟାନନ୍ଦ ସାମନ୍ତରାୟ ଙ୍କ ଦ୍ୱାରା ତା ୨୮:୧୨:୧୯୮୯ମସିହାରେ ଏହାର ଶୁଭ ଉଦଘାଟନ କରାଯାଇ ସ୍ୱାସ୍ଥ୍ୟ କେନ୍ଦ୍ର ଟିରେ ରୋଗୀ ସେବା ଚାଲିଆସୁଥିଲା l ଧୀରେ ଧୀରେ ଘରଟିର ରକ୍ଷଣା ବେକ୍ଷଣ ଅଭାବରୁ ଘରଟି ଜରାଜୀର୍ଣ୍ଣ ଆଡକୁ ଗତି କରିଥିଲା l  ପରେ ଅସ୍ଥାୟୀ ଭାବେ ବସନ୍ତ ବଗିଚା ନିକଟରେ ଥିବା ଏକ କୋଠା କୁ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାନାନ୍ତରିତ ହୋଇଥିଲା l ଅସ୍ଥାୟୀ ରୂପେ ସ୍ୱାସ୍ଥ୍ୟ ସେବା ଚାଲୁରହିଥିଲା ଓ ପରେ କନକପୁର ପଞ୍ଚାୟତ କାର୍ଯ୍ୟାଳୟ ପାଖରେ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ କରାଯାଇ ବର୍ତମାନ ଏହିଠାରେ ରୋଗୀ ସେବା ଚାଲୁଥିବା ବେଳେ କିନ୍ତୁ ଶାରଳା ମନ୍ଦିର ପାର୍ଶ୍ୱ ରେ ଥିବା ଜରାଜୀର୍ଣ୍ଣ ସ୍ୱାସ୍ଥ୍ୟ କେନ୍ଦ୍ର ଟି ବର୍ତମାନ ମଦୁଆ, ଅସାମାଜିକ ବ୍ୟକ୍ତି ଙ୍କ ଆଡା ସ୍ଥଳ ପାଲଟିଛି l ଅବଶ୍ୟ କିଛି ବର୍ଷ ପୂର୍ବରୁ ମହାପ୍ରଭୁ ବଳଭଦ୍ର ଙ୍କ ଦାରୁ ଚୟନ ବେଳେ ପ୍ରଶାସନ ତରଫରୁ ଅନେକ ଦୋକାନ ବଜ଼ାର ଓ ଅସ୍ଥାୟୀ ଘରକୁ ଭଙ୍ଗାଯାଇ ମନ୍ଦିରର ପାର୍ଶ୍ୱ କୁ ୨୦୦ମିଟର ପରିଧି ପର୍ଯ୍ୟନ୍ତ ପାର୍କିଂ ବ୍ୟବସ୍ଥା ସହ ଦାରୁ କାର୍ଯ୍ୟ ରେ ନିୟୋଜିତ ଥିବା ସେବାୟତ ପୂଜକ ମାନଙ୍କ ପାଇଁ ଶବର ପଲ୍ଲୀ ର ବ୍ୟବସ୍ଥା କରାଗଲା, କିନ୍ତୁ ଜରାଜୀର୍ଣ୍ଣ ଘରଟିକୁ ଭଙ୍ଗା ଗଲା ନାହିଁ | ପରେ ପରେ ଚନ୍ଦନ ପୋଖରୀକୁ ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟ କରଣ ପାଇଁ ନୂତନ କାର୍ଯ୍ୟପନ୍ଥା ପ୍ରଶାସନ ପକ୍ଷରୁ ନିଆଗଲା କିନ୍ତୁ ପୋଖରୀ ନିକଟରୁ ମାତ୍ର ଅଳ୍ପ କେଇହାତ ଦୂରରେ ଥିବା ସେ କୋଠା ଟିକୁ ଭଙ୍ଗା ନଯାଇ ଆଢୁଆଳ ରେ ରଖାଗଲା l ବିପଦ ସଂକୁଳ ଅବସ୍ଥାରେ ଥିବା ଏହି ପୁରାତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ କଣ ପାଇଁ ମନ୍ଦିର ପ୍ରଶାସନ ହଉ ଅବା ଜିଲ୍ଲା ପ୍ରଶାସନ କଣ ଦୃଷ୍ଟି ଦେଉନାହିଁ ସାଧାରଣ ରେ ଚର୍ଚ୍ଚା ହେଉଥିବା ବେଳେ ସ୍ଥାନୀୟ ବୁଦ୍ଧି ଯିବି ଓ ରାଜନେତା ଙ୍କ ମତରେ ଉକ୍ତ କୋଠା ଟିକୁ ଭଙ୍ଗାଯାଇ ଯଦି ଆସୁଥିବା ଭକ୍ତ ଶ୍ରଦ୍ଧାଳୁ ଓ ଯାତ୍ରୀ ମାନଙ୍କ ସୁବିଧା ପାଇଁ ଗୋଟେ ଯାତ୍ରୀ ବିଶ୍ରାମ ଗାର ହେଉ ଅବା ରାତ୍ର ରହଣି ସ୍ଥଳୀ ଖୋଲା ଜlନ୍ତl ତବେ ଦୂର ଦୂରାନ୍ତରୁ ଆସୁଥିବା ଭକ୍ତ ଶ୍ରଦ୍ଧାଳୁ ଆଦି ସୁବିଧା ପାଇ ପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ