ଅସୁରକ୍ଷିତ ବିଦ୍ୟୁତ ସରବରାହ ସ୍ଥାନ ଗୁଡିକ ପାଇଁ ତୁରନ୍ତ ପଦକ୍ଷେପ ନିଷ୍ପତି

କେନ୍ଦ୍ରାପଡ଼ା,(ଯୁଗାବ୍ଦ ନ୍ୟୁଜ୍‌): ବିଦ୍ୟୁତ ବିଭାଗ ସମ୍ପର୍କରେ ମଙ୍ଗଳବାର ଅପରାହ୍ନରେ ଏକ ସମୀକ୍ଷା ବୈଠକ କେନ୍ଦ୍ରାପଡା ସେସୁ ଡିଭିଜନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ବିଦ୍ୟୁତ ବିଭାଗର ବିଭିନ୍ନ ଅସୁରକ୍ଷିତ ବିଦ୍ୟୁତ ସରବରାହ ସ୍ଥାନ ଗୁଡିକ ସମ୍ପର୍କରେ ଆଲୋଚନା କରାଯାଇ ସେହିସବୁ ସ୍ଥାନ ଗୁଡିକରେ ତୁରନ୍ତ ସୁରକ୍ଷା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ନିକଟ ଅତିତରେ ରାଜନଗର ଗସ୍ତ ସମୟରେ ସ୍ଥାନୀୟ ଜଂଟିଲୋ ଡାକବଙ୍ଗଳାରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଓ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ନିର୍ଦେଶ ଅନୁଯାଇ ଏହି ବୈଠକ ଆହ୍ୱତ ହୋଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ନିମନ୍ତେ ବିଦ୍ୟୁତ ବିଭାଗର ସମୀକ୍ଷା କରାଯାଉଥିବା ଜିଲ୍ଲା ପରିଷଦ ସଭାପତି ଶ୍ରୀ ପରିଡା କହିଥିଲେ । ଅସୁରକ୍ଷିତ ବିଦ୍ୟୁତ ବ୍ୟବସ୍ଥାର ସୁରକ୍ଷା ନିମନ୍ତେ କେନ୍ଦ୍ରାପଡା ଜିଲ୍ଲାରେ ଥିବା କେନ୍ଦ୍ରାପଡା ସେସୁ ଡିଭିଜନ ପକ୍ଷରୁ ପ୍ରସ୍ତୁତ ପ୍ରକଳ୍ପ ରିପୋର୍ଟ ଅନୁଯାଇ ୧୧କେଭି ଓ ଏଲ.ଟି.ଲାଇନର ଅସୁରକ୍ଷିତ ଥିବା ୨୨୮୩ଟି ବିଦ୍ୟୁତ ଖୁଂଟ ବଦଳାଯିବା ଓ ଖୁଂଟ ସ୍ଥାନାନ୍ତରିତ ହେବା, ବିଦ୍ୟୁତ ଟ୍ରାନ୍ସଫରମର ଥିବା ୫୨୮ଟି ସ୍ଥାନର ଚର୍ତୁପାଶ୍ୱର୍ରେ ପାଚେରୀ ନିର୍ମାଣ, ତାର ବଦଳାଯିବା ପ୍ରଭୃତି ନିମନ୍ତେ ୧୦.୩୩କୋଟି ଟଙ୍କାର ଅଟକଳ ପ୍ରସ୍ତୁତ ହୋଇଥିବା ବେଳେ ମାର୍ଶାଘାଇ ସେସୁ ଡିଭିଜନ ପକ୍ଷରୁ ୧୦୯୬ଟି ନୂତନ ବିଦ୍ୟୁତ ଖୁଂଟି ବଦଳାଯିବା ସମେତ ୧୭୪ଟି ସ୍ଥାନରେ ପାଚେରୀ ନିର୍ମାଣ ଓ ତାର ବଦଳାଯିବା ପ୍ରଭୃତି ନିମନ୍ତେ ୧୬କୋଟି ୨୭ଲକ୍ଷ, ୨୬ହଜାର ଟଙ୍କାର ଅଟକଳ ପ୍ରସ୍ତୁତ କରାଯାଇଛି । ଏହିସବୁ ପ୍ରକଳ୍ପକୁ ବିଧାୟକ ଓ ଜିଲ୍ଲା ପ୍ରଶାସନର ଅନୁମୋଦନକ୍ରମେ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗକୁ ଖୁବଶୀଘ୍ର ପଠାଯିବ ଏବଂ ଅନୁଦାନ ମଞ୍ଜୁର ପରେ ଅସୁରକ୍ଷିତ ସ୍ଥାନ ଗୁଡିକ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲା ପରିଷଦ ସଭାପତି ଶ୍ରୀ ପରିଡା ସୂଚନା ଦେଇଥିଲେ । ବୈଠକରେ କେନ୍ଦ୍ରାପଡା ସେସୁ ଡିଭିଜନର ନିର୍ବାହୀ ଯନ୍ତ୍ରୀ ସିମିତ ଦାସ, ମାର୍ଶାଘାଇ ସେସୁ ଡିଭିଜନର ନିର୍ବାହୀ ଯନ୍ତ୍ରୀ ପ୍ରଦୀପ୍ତ କୁମାର ଦାସ, କେନ୍ଦ୍ରାପଡା ଏନଜେନର ପରିଚାଳକ ଦିପାଞ୍ଜନ ମହାପାତ୍ର ଓ ପରିଚାଳକ(ବାଣିଜ୍ୟ) ନିରଞ୍ଜନ ନନ୍ଦ, କେନ୍ଦ୍ରାପଡା ସେସୁ ଏସଡିଓ ଶୁଭେନ୍ଦୁ କୁମାର ପ୍ରଧାନ, ପଟ୍ଟାମୁଣ୍ଡାଇ ଏସଡିଓ ବିବେକାନନ୍ଦ ପଣ୍ଡା, ରାଜନଗର ଏସଡିଓ କୁଳମଣି ସେଠୀ, ଆଳି ଏସଡିଓ ଗଣେଶ ଚନ୍ଦ୍ର ସାହୁ, ଏନଜେନର କେନ୍ଦ୍ରାପଡା ଏସଡିଓ ଶ୍ରୀକାନ୍ତ କୁମାର ରାଉତ, ଡିପିଏମ ସୁବ୍ରତ କୁମାର ସାହୁ, ଏସଡିଓ ପଟ୍ଟାମୁଣ୍ଡାଇ ପ୍ରଦୀପ କୁମାର ସ୍ୱାଇଁ, ଏସଡିଓ ଆଳି ରାଜେନ୍ଦ୍ର ପ୍ରସାଦ ରାଉତ, ରାଜନଗର ଏସଡିଓ କୃଷ୍ଣ ସେଠୀ ଓ ଦାନପୁର ଏସଡିଓ ସତ୍ୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ