ଅସ୍ତରଙ୍ଗ ବନାଞ୍ଚଳ ରେ ଆରମ୍ଭ ହୋଇଛି ପକ୍ଷୀ ଗଣନା କାର୍ଯ୍ୟ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ବନ୍ୟ ପ୍ରାଣୀ ଡିଭିଜନ ପକ୍ଷରୁ ଅସ୍ତରଙ୍ଗ ଅଞ୍ଚଳ ରେ ଦେଶୀ, ବିଦେଶୀ ପକ୍ଷୀ ଙ୍କ ଗଣନା ଆଜି ଠାରୁ ଆରମ୍ଭ ହୋଇଛି । ଅସ୍ତରଙ୍ଗ ବନ୍ୟ ପ୍ରାଣୀ ଡିଭିଜନ ଅଧୀନ ରେ ଥିବା ପାଞ୍ଚଟି ସ୍ଥାନ ରେ ରେ ଆରମ୍ଭ ହୋଇଛି ଦେଶୀ ଓ ବିଦେଶୀ ପକ୍ଷୀ ଗଣନା କାର୍ଯ୍ୟ। ମୋଟ ପାଞ୍ଚଟି ଟିମ ଓ ପନ୍ଦର ଜଣ ବନ କର୍ମଚାରୀ ଏହି କାର୍ଯ୍ଯ ରେ ନିୟୋଜିତ ହୋଇଛନ୍ତି ବୋଲି କହିଛନ୍ତି ଅସ୍ତରଙ୍ଗ ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ। ବାଇନାକୁଲର, ଗାଇଡ ବୁକ, ସାହାଯ୍ୟ ରେ ପକ୍ଷୀ ଗଣନା କରାଯାଉଛି । ସକାଳ ୫ ଟାରୁ ଏହି ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇ ଦିନ ଦଶ ଟା ପର୍ଯ୍ୟନ୍ତ ଚାଲିଥିଲା। ଗଣନା ସମୟରେ ଅସ୍ତରଙ୍ଗ ବନଖଣ୍ଡ ମଧ୍ୟ୍ୟକୁ ସମସ୍ତ ଙ୍କୁ ବାରଣ କରାଯାଇଛି । ଏପରିକି ପକ୍ଷୀ ଥିବା ଅଞ୍ଚଳ ରେ ମସ୍ୟଜୀବୀ ଙ୍କ ମାଛ ଧରା ଉପରେ କଟକଣା କରାଯାଇଛି । ଏହି ଗଣନା କାର୍ଯ୍ୟ ରେ ତିନୋଟି ଡ଼ଙ୍ଗା ସହ ବନ ବିଭାଗର ଅଧିକାରୀ ଓ କର୍ମଚାରୀ ପକ୍ଷୀ ବିଶାରଦ, ପକ୍ଷୀ ସୁରକ୍ଷା ବାହିନୀ ସାମିଲ ହୋଇଛନ୍ତି । ଅସ୍ତରଙ୍ଗ ବନାଞ୍ଚଳ ଅଧିକାରୀ ଏହି ପକ୍ଷୀ ଗଣନା କାର୍ଯ୍ୟ ର ପରିଚାଳନା କରୁଛନ୍ତି । ଅସ୍ତରଙ୍ଗ ଅଞ୍ଚଳ ର ଗଙ୍ଗାଦେବୀ ମୁହାଁଣ ଠାରୁ ନାସି, ନଟରା ଠାରୁ କେଉଟଜଙ୍ଗା, ବେଲେଶ୍ୱର ରୁ କେଳୁଣୀ ମୁହାଁଣ, କଣମଣ ରୁ ଗଙ୍ଗାଦେବୀ ନାସି ଓ ପାଟସୁନ୍ଦରପୁର ଅଞ୍ଚଳ ରେ ପକ୍ଷୀ ଗଣନା କରାଯାଇଥିଲା। ତେବେ ନିମାପଡ଼ା ବ୍ଲକ ତୁଳସୀପୁର ପଞ୍ଚାୟତ ଚଉରାଶି ଗ୍ରାମ ର ଖଜୁରିଆ ପୋଖରୀ ରେ , ପ୍ରାଚୀ ନଦୀ, କାଦୁଆ ନଦୀ କୂଳ ଅଞ୍ଚଳ ରେ ଶହ ଶହ ବହିରାଗତ ପକ୍ଷୀ ଙ୍କୁ ଦେଖିବାକୁ ମିଳିଥିଲେ ମଧ୍ୟ ସେ ଗୁଡ଼ିକୁ ଗଣନା କରାଯାଇନଥିବାରୁ ଓ ଏମାନଙ୍କ ସୁରକ୍ଷା ପାଇଁ କିଛି ବ୍ୟବସ୍ଥା କରା ଯାଇ ନ ଥିବାରୁ ବନ ବିଭାଗ କାର୍ଯ୍ୟ ର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନୟାହାଟ ଓ ତୁଳସୀପୁର ଅଞ୍ଚଳ ରେ ବିଚରଣ କରୁଥିବା ବହିରା ଗତ ପକ୍ଷୀ ମାନଙ୍କୁ ଗଣନା କରି ସେ ମାନଙ୍କ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ