ଅସ୍ତରଙ୍ଗ ବେଳାଭୂମି ମହୋତ୍ସବ ଉଦଘାଟିତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ର ସର୍ବଧର୍ମ ସମନ୍ଵୟ ର ପୀଠ ପୀର ଜାହାନିଆଁ ବେଳାଭୁମି ଠାରେ ଆଜି ପ୍ରଥମ ଅସ୍ତରଙ୍ଗ ବେଳାଭୂମି ମହୋତ୍ସବ ଉଦଘାଟିତ ହୋଇଯାଇଛି। ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉକ୍ତ ଉତ୍ସବ କୁ ଉଦଘାଟନ କରିଥିଲେ। ଆୟୋଜିତ ଉତ୍ସବ ରେ ସମ୍ମାନୀତ ଅତିଥି ଭାବେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ, ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା, ଶିକ୍ଷାବିଦ ପ୍ରମୋଦ କୁମାର ନାୟକ, ସ୍ଵପ୍ନେଶ୍ୱର ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ଶିକ୍ଷାବିଦ ପ୍ରତାପ କୁମାର ରାଉତ ଉତ୍ସବ କୁ ସଂଯୋଜନା କରିଥିଲେ। ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ ସ୍ବାଗତ ଭାଷଣ ଦେଇଥିଲେ। ଅତିଥି ମାନଙ୍କୁ ଆୟୋଜକ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରା ଯାଇଥିଲା।ପ୍ରଥମେ ବ୍ରହ୍ମପୁର ର ପ୍ରିନ୍ସ ଡାନ୍ସ ଗ୍ରୁପ ପକ୍ଷରୁ ଶ୍ରୀ ଗଣେଶ ବନ୍ଦନା ନୃତ୍ୟ ପରିବେଷଣ କରାଯାଇଥିଲା। ପରେ ପରେ ନୃତ୍ୟାଙ୍ଗନା ପକ୍ଷରୁ ଓଡ଼ିଶୀ ନୃତ୍ୟ, ପ୍ରଜ୍ଞା ହୋତା ଙ୍କ ହାସ୍ୟରସ କାର୍ଯ୍ୟକ୍ରମ, ବିଷ୍ଣୁ ମୋହନ କବି ଓ ତାଙ୍କ ଦଳ ପକ୍ଷରୁ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଳମ୍ୱିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ହଜାର ହଜାର ଲୋକ ଏହି ବେଳାଭୁମି ମହୋତ୍ସବ ରେ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ।


