ଜାହାନିଆଁ ଠାରେ ସାହିତ୍ୟ ଆସର ରେ କବିତା ପାଠ ଉତ୍ସବ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ଜାହାନିଆଁ ଠାରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ଦୁଇଦିନିଆ ବାଲିଯାତ୍ରା ଆଜି ସଂଧ୍ୟା ରେ ଉଦଯାପିତ ହୋଇଥିଲା। ଏହି ଅବସର ରେ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ର ସହାୟତାରେ ଅସ୍ତରଙ୍ଗ ବେଳାଭୂମି ସାହିତ୍ୟ ସଂସଦ ପକ୍ଷରୁ ଏକ ସାହିତ୍ୟ ଆସର ର ଆୟୋଜନ କରାଯାଇଥିଲା। ଏହି ସାହିତ୍ୟ ଆସର ରେ କବିତା ପାଠୋତ୍ସବ ଓସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭ ରେ କୈବୟତ୍ରୀ ସ୍ୱାଗତିକା ସାହୁ ଓ ବିଶ୍ଵାମିତ୍ରା ମିଶ୍ର ଙ୍କ ସଂଯୋଜନା ରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ରାଜ୍ଯ ର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ କବି ଓ କୈବୟତ୍ରୀ ସ୍ଵ ସ୍ୱ ରଚିତ କବିତା ପାଠ କରିଥିଲେ। ପ୍ରାୟ ୪୦ ଜଣ କବି କୈବୟତ୍ରୀ, ସ୍ଥାନୀୟ ଅଞ୍ଚଳ ର ବୁଦ୍ଧିଜିବୀ, ଗଣମାଧ୍ୟମ ରପ୍ରତିନିଧି ଙ୍କୁ କାର୍ଯ୍ୟକ୍ରମ ରେ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧନା ପ୍ରଦାନ ଉତ୍ସବ ରେ ଅତିଥି ଭାବେ ପୁରୀ ଜିଲ୍ଲା ପରିଷଦ ର ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ, ରାଜ୍ୟ କଂଗ୍ରେସ କୃଷକ ସେଲ ର ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ, ବିମ୍ବାଧର ବିଶ୍ବାଳ,ସାମ୍ୱାଦିକ ପରେମଶ୍ବର ଦାଶ,ଲଲାଟେନ୍ଦୁ ପଲାଉରୀ, ଦୁଶାସନ ନାୟକ, ଚିତ୍ତରଞ୍ଜନ ବିଶ୍ବାଳ, ହାସ୍ୟ କୁମୁଦ ବ୍ୟଙ୍ଗ କବି ସମ୍ପଦ କୁମାର ରଥ,ଶଶଧର ପଣ୍ଡା ପ୍ରମୁଖ ଯୋଗଦାନ କରି ସାହିତ୍ୟ ଆସର, କବିତା ପାଠୋତ୍ସବ ଓଡ଼ିଆ ଭାଷା ଓ ସଂସ୍କୃତି କୁ ପ୍ରଚାର ପ୍ରସାର କରିଥାଏ ବୋଲି ମତ ପ୍ରକାଶ କରିଥିଲେ। ଆସନ୍ତା ବର୍ଷ ଠାରୁ ସାହିତ୍ୟ ଉତ୍ସବ କୁ ଦୁଇଦିନିଆ କରିବାକୁ ମୁଖ୍ୟଅତିଥି ଶ୍ରୀ ନାୟକ ଘୋଷଣା କରିଥିଲେ।ଏହି ଅବସର ରେ ଆମ ପ୍ରତିନିଧି ସନ୍ତୋଷ ଦାଶ ଙ୍କୁ ମୁଖ୍ୟ ଅତିଥି ଶ୍ରୀ ନାୟକ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ୱର୍ଦ୍ଧିତ କରିଥିଲେ।


