ଅସ୍ତରଙ୍ଗ ବେଳାଭୂମି ସଫେଇ ଅନୁଷ୍ଠିତ
ନିମାପଡ଼ା, (ସନ୍ତୋଷ ଦାଶ):୨୦୨୩ ମସିହା ପୀର ଜାହାନିଆଁ ବାଲିଯାତ୍ରା ଓ ଅସ୍ତରଙ୍ଗ ବେଳାଭୂମି ମହୋତ୍ସବ ର ସଫଳ ପରିସମାପ୍ତି ପରେ ଆଜି ପୀର ଜାହାନିଆଁ ପୀଠ ଓ ତତ୍ ସଂଲଗ୍ନ ବେଳାଭୂମିରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଛୁରିଅନା ମହିଳା ମହାସଂଘର ସଭାନେତ୍ରୀ ବନପ୍ରିୟା ବାରିକଙ୍କ ନେତୃତ୍ୱରେ ପ୍ରାୟ ୮୦ ରୁ ଉର୍ଦ୍ଧ୍ବ ମହିଳା , ସ୍ୱାଦ-ଏକ୍ରିକ୍ ପ୍ରକଳ୍ପ ର କର୍ମକର୍ତ୍ତା, ଜଳବାୟୁ ପରିବର୍ତ୍ତନ ସାଥି ସମୁହ ତଥା ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସମୁହର ସଭ୍ୟା, ଅସ୍ତରଙ୍ଗ ବେଳାଭୂମି ମହାସଂଘ, ପୀର ଜାହାନିଆଁର ସମସ୍ତ କର୍ମକର୍ତ୍ତା, ଅସ୍ତରଙ୍ଗ ମହାବିଦ୍ୟାଳୟ ର ଅଧ୍ୟାପକ/ଅଧ୍ୟାପିକାଙ୍କ ସହ ଶତାଧିକ ଛାତ୍ର/ଛାତ୍ରୀ, ଚାରୂଲତା ବିଶ୍ବାଳଙ୍କ ନେତୃତ୍ୱରେ ଗୁଣ୍ଡଳବା ବନ ସୁରକ୍ଷା ସମିତିର ସଭ୍ୟା ବୃନ୍ଦ ଏବଂ ଛୁରିଅନା ସରପଞ୍ଚ କ୍ଷୀରୋଦ କାଣ୍ଡି ଓ ସମିତି ସଭ୍ୟ ବିମ୍ବାଧର ବିଶ୍ବାଳଙ୍କ ନେତୃତ୍ୱରେ ପଞ୍ଚାୟତର ସମସ୍ତ ନିର୍ବାଚିତ ୱାର୍ଡ ସଭ୍ୟ/ସଭ୍ୟା ଯୋଗ ଦେଇ ସଫେଇ କାର୍ଯ୍ୟ କରିଥିଲେ । ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ତଥା ଅସ୍ତରଙ୍ଗ ବେଳାଭୂମି ମହୋତ୍ସବ ପୀର ଜାହାନିଆଁ ର ସାଧାରଣ ସମ୍ପାଦକ ତଥା ପୁରୀ ଜିଲ୍ଲା ପରିଷଦ ର ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ ,ଜିଲ୍ଲା ପରିଷଦ ସଭ୍ୟା ସରସ୍ୱତୀ ସ୍ୱାଇଁ, ପ୍ରଶାନ୍ତ କୁମାର ନାୟକ, ମନ୍ତ୍ରୀଙ୍କ ଅସ୍ତରଙ୍ଗ ବ୍ଲକ ପ୍ରତିନିଧି ଭୀମସେନ ସ୍ୱାଇଁ, ଜଗତସିଂହପୁର ସାଂସଦଙ୍କ ଅସ୍ତରଙ୍ଗ ପ୍ରତିନିଧି ଚମ୍ପକ ବାରିକ, ପୁରୀ ନିମାପଡା ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ କୁଞ୍ଜ ବିହାରୀ ପ୍ରଧାନ , ବେଳାଭୂମି ସାହିତ୍ୟ ସଂସଦର ସମ୍ପାଦକ ଦୁଃଶାସନ ନାୟକ , କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଏହି ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସଂଯୋଜକ ଶୋଭାକର ବେହେରା ସଫେଇ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।


