ଅସ୍ତରଙ୍ଗ ବ୍ୟବସାୟୀ ମହାସଂଘ ର ନୂତନ କର୍ମକର୍ତ୍ତା ଚୟନ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ବଜାର ର ବ୍ୟବସାୟୀ ମହାସଂଘ ପକ୍ଷରୁ ନିକଟସ୍ଥ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗଙ୍ଗାଦେବୀ ମୁହାଁଣ ଠାରେ ବଣ ଭୋଜି କରିବା ସହିତ ସଂଘ ର କର୍ମକର୍ତ୍ତା ଚୟନ କରାଯାଇଛି। ସଂଘ ର ସଭାପତି ଭାବେ ଦୁଷ୍ମନ୍ତ ପରିଡ଼ା, ଉପ ସଭାପତି ଭାବେ ସୁକାନ୍ତ ସାହୁ, ସମ୍ପାଦକ ଭାବେ ସତ୍ୟବ୍ରତ ଲେଙ୍କା, କୋଷାଧ୍ୟକ୍ଷ ଭାବେ ବସନ୍ତ ବିଶ୍ବାଳ ଙ୍କୁ ଚୟନ କରାଯାଇ ଥିବାବେଳେ ଏକ ୧୧ ଜଣିଆ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି। ପୂର୍ବବର୍ଷ ମାନଙ୍କ ପରି ବ୍ୟବସାୟୀ ସଂଘ ପକ୍ଷରୁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ବିଭିନ୍ନ ସମୟ ରେ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।