‘ଅସ୍ତରାଗ’ସେବା ସଂଘର ସ୍ୱନକ୍ଷତ୍ର ଉତ୍ସବ
ବାଲେଶ୍ୱର, (ସରୋଜ ପଣ୍ଡା):‘ଅସ୍ତରାଗ’ ଅବସରପ୍ରାପ୍ତ ସେବା ସଂଘର ୧୬ତମ ସ୍ୱନକ୍ଷତ୍ର ଉତ୍ସବ ସହର ଉପକଣ୍ଠ ବାଲିଆ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ମଦନ ମୋହନ ପଣ୍ଡା ଏହି ଉତ୍ସବରେ ସଭାପତିତ୍ୱ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ରାଜ୍ୟ ସଭାପତି ଇଂ. ବନମାଳି ନାୟକ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ଜୀବନର ଅବସର ନଥାଏ ବୋଲି କହିଥିଲେ । ଦୃଢ଼ ମନୋବଳ ଓ ସକ୍ରିୟ କାର୍ଯ୍ୟଧାରା ବ୍ୟକ୍ତିଙ୍କୁ ସର୍ବଦା କାର୍ଯ୍ୟକ୍ଷମ ରଖିଥାଏ ବୋଲି ସେ ମତ ପ୍ରକାଶ କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ କବି କାଳୀପଦ ପଣ୍ଡା, ଫ୍ୟୁଚର ବାଲେଶ୍ୱରର ସଭାପତି ଆଇନଜୀବୀ ବିଜୟ କୁମାର ପାଣିଗ୍ରାହୀ ଓ ପ୍ରାଧ୍ୟାପକ ଅଦ୍ୟୁପ୍ତ କୁମାର ମଣ୍ଡଳ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାନବ ଜୀବନରେ ଅବସର ଗ୍ରହଣର ତାତ୍ପର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ସମାଜସେବୀ ସଂଯୁକ୍ତ ରାଣୀ ବେହେରା, ପ୍ରଣିତା ମିଶ୍ର, ଚିତ୍ରାରାଣୀ ପାତ୍ର, ଯୁଧିଷ୍ଠିର ପ୍ରଧାନ, ପ୍ରଦୀପ କୁମାର ସାହୁ, ସଞ୍ଜୀବ କୁମାର ପରମାଣିକ, ଅନନ୍ତ କୁମାର ମିଶ୍ର, ମନ୍ମଥ କୁମାର ଘଡ଼େଇ, ସରୋଜ କୁମାର ମହାନ୍ତି ଓ ସଂଗଠନର କୋଷାଧ୍ୟକ୍ଷ ଶ୍ରୀକାନ୍ତ ଗାଆଣ ପ୍ରମୁଖ ଏଥିରେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଦୁକୁଲୁ ଚନ୍ଦ୍ର ଘଡ଼େଇ ଅତିଥି ପରିଚୟ ସହ ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ସମ୍ପାଦକ ରମେଶ ଚନ୍ଦ୍ର ଜେନା ବିବରଣୀ ପାଠ କରିଥିଲେ । ଯୋଗେଶ ଚନ୍ଦ୍ର ପ୍ରଧାନ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।