ଅସ୍ଥାୟୀ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଲେ ମା ରାମାୟାଣାମ୍ମା : ରବିବାର ଠାରୁ ମାଙ୍କ ଘଟ ସହର ପରିକ୍ରମା

ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ସହରର ଆରାଧ୍ୟ ଦେବୀ ମା ରାମାୟାଣାମ୍ମା ଠାକୁରାଣୀଙ୍କ ଯାତ୍ରା ମେ୬ ତାରିଖ ଠାରୁ ଆରମ୍ଭ ହୋଇଯାଇଛି । ଶୁକ୍ରବାର ବିଳମ୍ବିତ ରାତ୍ରରେ ମାଙ୍କୁ ଅସ୍ଥାୟୀ ମଣ୍ଡପ ତଥା ନିଜ ବାପ ଘରକୁ ପାଛୋଟି ନିଆଯାଇଥିଲା । ଶନିବାର ମା ଅସ୍ଥାୟୀ ମଣ୍ଡପ ଠାରେ ମା ପୂଜା ପାଉଛନ୍ତି । ମାଙ୍କୁ ଅସ୍ଥାୟୀ ମଣ୍ଡପରେ ଦର୍ଶନ କରିବା ଲାଗି ଛତ୍ରପୁର ଏବଂ ଆଖପାଖ ଅଂଚଳର ବହୁ ଜନ ସାଧାରଣ ମନ୍ଦିର ପରିସରରେ ମାଙ୍କୁ ଦର୍ଶନ କରିଛନ୍ତି । ମା ରାମାୟାଣାମ୍ମା ଠାକୁରାଣୀ ରବିବାର ରାଜଭୋଗ ଗ୍ରହଣ କରିବା ଲାଗି ରିକାପଲ୍ଲୀ ଅଭିମୁଖେ ଯିବେ । ତେବେ ଆଜି ମା ଅସ୍ଥାୟୀ ମଣ୍ଡପ ଠାରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ମାଙ୍କ ରିତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ଆଳତୀ କରାଯାଇଛି । ମାଙ୍କ ଆଳତୀ ଦର୍ଶନ କରିବା ଲାଗି ବହୁ ଭକ୍ତ ଅସ୍ଥାୟୀ ମଣ୍ଡପ ଠାରେ ଭିଡ ଜମାଇଥିବା ଦେଖିବାକୁ ମିଳିଛି । ସମସ୍ତକାର୍ଯ୍ୟକୁ ଯାତ୍ରା କମିଟି ମ୍ୟାନଜର କେ. ଚନ୍ଦ୍ରଶେଖର ରେଡ୍ଡୀ ଓ ଅନ୍ୟାନ୍ୟ ସଦସ୍ୟ ଏବଂ ସ୍ୱେଚ୍ଛାସେବୀ ମାନେ ପରିଚାଳାନାରେ ସହଯୋଗ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ