ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବାଇକ୍‍ ଶୋଭାଯାତ୍ରା

ଆସିକା  (ୱାଇଏନ୍‍ଏସ୍‍) : ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୂ ଶ୍ରୀରାମଙ୍କ ପୂଣ୍ୟ ଜନ୍ମତିଥି ଅବସରରେ ଶୁକ୍ରବାର ବିଶ୍ୱ ହିନ୍ଦୁ ପରିଷଦ ଆସିକା ନଗର ପକ୍ଷରୁ ବିଶାଳ ବାଇକ୍‍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଶତାଧୀକ ବିଶ୍ୱ ହିନ୍ଦୁ ପରିଷଦର କାର୍ଯର୍୍ୟକର୍ତ୍ତା ପୁଡୁଗେଶ୍ୱର ଶୈବପୀଠ ନିକଟରୁ ଏକ ବିଶାଳ ବାଇକ୍‍ ର‌୍ୟାଲିରେ ବାହାରି ଜୟ ଶ୍ରୀରାମ ନାରା ଦେଇ କଳିଙ୍ଗ ରୋଡ, ଲକ୍ଷ୍ମୀ ବଜାର, ବିନାୟକ ବଜାର, କୁମ୍ଭାର ସାହି, ଖମ୍ବେଶ୍ୱରୀ ପାଟଣା, ମହାତ୍ମାଗାନ୍ଧୀ ରୋଡ, ବଜାର ସାହି ସମେତ ବିଭିନ୍ନ ଅଞ୍ଚଳକୁ ପରିକ୍ରମା କରିଥିବା ଦେଖିବାକୁ ମିଳିଥିଲା । ବିଶ୍ୱ ହିିନ୍ଦୁ ପରିଷଦର ଏହି ବିଶାଳ ବାଇକ୍‍ ଶୋଭାଯାତ୍ରା ବେଳେ ରାଜରାସ୍ତା ଗେରୁଆ ରଙ୍ଗରେ ସଜେଇ ହୋଇପଡିଥିବା ପରିଲକ୍ଷିତ ହୋଇଥିଲା । ବିଶ୍ୱ ହିନ୍ଦୁ ପରିଷଦର ସକ୍ରିୟ ସଦସ୍ୟ ସରୋଜ କୁମାର ଭଂଜ, ଅନିଲ୍‍ କୁମାର ସ୍ୱାଇଁ, ଅଜିତ୍‍ ପଣ୍ଡା, ଯୋଗେନ୍ଦ୍ର ପ୍ରଧାନ, ଡାକ୍ତର ଶ୍ୟାମଘନ ବିଶ୍ୱାଳ, ସୁନିଲ୍‍ କୁମାର ଗୌଡ, ପଂଚାନନ ଭଂଜ, ଅଙ୍କିତ୍‍ କୁମାର ଦାଶ, ରାହୁଲ୍‍ ବେହେରା, ସୁନିଲ୍‍ କୁମାର ପାଣିଗ୍ରାହୀ, ବିଶ୍ୱନାଥ ସେଠୀ, ନାରାୟଣ ରଥ, ଗିରିଜା ଦାଶ, ଶିବରାମ ମହାରଣା, ବି.ଶ୍ରୀକାନ୍ତ ରେଡି, ଏ.ରାଜା ରାଓ ଆଚାରୀ, କାମେଶ୍ୱର ଆଚାରୀ, ରାଘବ ସିୟ, ମନୋଜ କୁମାର ଭଂଜ, ରମେଶ ରାଉତ, ପ୍ରମୋଦ ମହାନ୍ତି, ବିନାୟକ ଚୌଧୁରୀଙ୍କ ସମେତ ଶତାଧୀକ କାର୍ଯ୍ୟକର୍ତ୍ତା ଏହି ଐତିହାସିକ ବାଇକ୍‍ ଶୋଭାଯାତ୍ରାରେ ସାମିଲ୍‍ ହୋଇଥିବା ଦେଖିବାକୁ ମିଳିଥିଲା । ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ନେତୃତ୍ୱରେ ଥାନା ଅଧିକାରୀ ସୁଧିର କୁମାର ସାହୁଙ୍କୁ ନେଇ ଗଠିତ୍‍ ସ୍ୱତନ୍ତ୍ର ସ୍କ୍ୱାର୍ଡ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ