ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପ ପରିଦର୍ଶରେ ଜିଲାପାଳ
ଯାଜପୁର(ଓ୍ୱାଇଏନ୍ଏସ୍):ଯାଜପୁର ଜିଲାକୁ ରାଜ୍ୟ ବାହାରୁ ଆସିବାରେ ଲାଗିଛନ୍ତି ପ୍ରବାସ ପେଂରନ୍ତା । ଯାଜପୁର ଜିଲାରେ ୫୦ ହଜାରୁ ଉର୍ଦ୍ଧ ପ୍ରବାସ ପେଂରନ୍ତା ନିଜର ନାମ ପଂଜିକରଣ କରିଛନ୍ତି । ସେଥିପାଇଁ ଜିଲାରେ ୧୪୦୦ରୁ ଉର୍ଦ୍ଧ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ଖୋଲାଯାଇଛି । ସେହି କ୍ୟାମ୍ପ ଗୁଡିକର ଭିତିଭୂମି ଯାଂଚ କରିବା ପାଇଁ ଆଜି ଯାଜପୁର ଜିଲାପାଳ ରଂଜନ କୁମାର ଦାସ ବରୀ ନିର୍ବାଚନ ମଣ୍ଡଳୀ ଗସ୍ତ କରିଥିଲେ । ଏହି ଗସ୍ତ ସମୟ ରେ ବରୀ ବିଧାୟିକା ସୁନନ୍ଦା ଦାସ ସାମିଲ ହୋଇ ଯାଜପୁର ଏବଂ ବରୀ ବ୍ଲକର ବିଭିନ୍ନ ଅସ୍ଥାୟୀ ମେଡିକାଲ କ୍ୟାମ୍ପକୁ ପରିଦର୍ଶନରେ ଯାଇଥିଲେ । ସେଠାରେ ଥିବା ବିଭିନ୍ନ ସୁବିଧା ଓ ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ । ପରିସ୍କାର ପରିଚ୍ଛନ ଏବଂ ସାମାଜିକ ଦୂରତାକୁ ସବୁବେଳେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ଅସ୍ଥାୟୀ କେନ୍ଦ୍ରରେ ଅନ୍ତେବାସୀ ମାନଙ୍କୁ ଦିଆଯାଉଥିବା ଖାଦ୍ୟ ସଂପର୍କରେ ମଧ୍ୟ ପଚାରିବୁଝିଥିଲେ ।