ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ସଚେତନତା

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ପ୍ରବାସୀ ଓଡ଼ିଆମାନଙ୍କୁ କରୋନା ସଂକ୍ରମଣ ବିଷୟରେ ସଚେତନତା କାର୍ଯ୍ୟକ୍ରମ ଜୁନ ୧୦ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଅତିଥି ଭାବେ ଗୋଲିଆ ସରପଞ୍ଚ ମନୋରମା ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭିନ୍ନକ୍ଷମ କଳାକାରମାନେ ବିଭିନ୍ନ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରି କରୋନା ସଂକ୍ରମଣ ନେଇ ପ୍ରବାସୀ ଓଡ଼ିଆଙ୍କୁ ସଚେତନ କରିଥିଲେ। ସାଧନ କର୍ମୀ ଭାବେ ଓ.ଏସ.ଡ଼ି. ବିଶ୍ୱ ରଞ୍ଜନ କହଁର, ଜୋନାଲ ଅଫିସର ଭବାନୀ ପାତ୍ର ଓ ବାୟ ସେଠୀ ଯୋଗଦେଇ କରୋନା ସଂକ୍ରମଣର କାରଣ , ସତର୍କତା ଓ ପ୍ରତିକାର ବିଷୟରେ ବୁଝାଇବା ସହ ସଙ୍ଗରୋଧ କେନ୍ଦ୍ରରୁ ନିଜ ଘରକୁ ଫେରିବା ପରେ କିପରି ସଙ୍ଗରୋଧରେ ଚଳିବେ ତାହା ବୁଝାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ