ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ୪୩ ପ୍ରବାସୀଙ୍କ ଘର ବାହୁଡା

ନାଉଗାଁ, (ଓ୍ବାଇଏନ୍ଏସ୍) : ନାଉଗାଁ ବ୍ଳକ ରୋହିଆ ପଂଚାୟତସ୍ଥିତ ରୋହିଆ ଉଚ୍ଚ ବିଦ୍ୟାଳୟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିବା ୪୩ ଜଣ ପ୍ରବାସୀଙ୍କୁ ରବିବାର ବିଦାୟ ଦିଆଯାଇଛି । ଏହି ବିଦାୟ ସମୟରେ ସରପଂଚ ଶିବ ପ୍ରସାଦ ନାୟକ, ସଭ୍ୟ ପଦ୍ମ ଚରଣ ରାଉତ ଆଦି ଉପସ୍ଥିତ ରହି ପ୍ରବାସୀମାନଙ୍କୁ ଫୁଲ ତୋଡା, ଡିସାର୍ଜ ରିପୋର୍ଟ ଓ ମିଠା ଖୁଆଇ ବିଦାୟ ଦେଇଥିଲେ । ପ୍ରକାଶ ଯୋଗ୍ୟ ଯେ ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫୯ ପ୍ରବାସୀ ମହାରାଷ୍ଟ୍ର, ଗୁଜୁରାଟ, ଚେନ୍ନାଇ, ପଶ୍ଚିମବଙ୍ଗ ଆଦିରୁ ଆସି ରହିଥିଲେ । ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କର ରିପୋର୍ଟ କରୋନା ସଂକ୍ରମିତ ଆସିଥିବା ବେଳେ ଅନ୍ୟମାନଙ୍କର ନେଗେଟିଭ ଆସିଥିଲା । ଯେଉଁମାନଙ୍କର ୧୪ଦିନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୁରଣ ହେଲା ସେମାନଙ୍କୁ ଘରକୁ ପଠାଇ ଦିଆଗଲା ବୋଲି ସରପଂଚ ଶ୍ରୀ ନାୟକ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ