ଅହରାତ୍ରୋ ସଙ୍କୀର୍ତ୍ତନ ଉତ୍ସବ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ମାଳଦା ଛୋଟେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅହୋରାତ୍ର ସଂକୀର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପୋଖରୀରେ କର୍ମକର୍ତ୍ତା ମାନେ ଘଟଉତ୍ତୋଳନ କରିଥିବାବେଳେ ଗୋସେଇଁ ରଥ ଦାସ ବୈଦିକ ମନ୍ତ୍ରରେ ନିତାଇଗୌରଙ୍କୁ ଆବାହନ କରିଥିଲେ । ଦେବଦତ୍ତ ବାରିକ ମୁଖ୍ୟ ଘଟ ସ୍ଥାପନା କରି ନାମ ସଂଙ୍କୀର୍ତ୍ତନକୁ ଶୁଭାରମ୍ଭ କରିଥିଲେ । ଆଖପାଖ ଅଞ୍ଚଳର ପ୍ରାୟ ୫ରୁ ଅଧିକ ସଂକୀର୍ତ୍ତନ ମଣ୍ଡଳୀ ଏଥିରେ ଯୋଗଦେଇ ନାମ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ କାହ୍ନୁ ବାରିକ, ଅରୁଣ ଦାସ, ଚଗଲା ବେହେରା, ବାପି ବେହେରା, ଗୋବିନ୍ଦ ଦାସ, ବାବୁ ବେହେରା, ନୀର ଦାସ, ସୁଦାମ ଦାସ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ